ଅଧରାତିରେ ଗାଁକୁ ପଶିଲା ବାଘ ,ଭୟରେ ଗ୍ରାମବାସୀ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଯୋଡିପଥର ଗ୍ରାମକୁ ବାଘ ପଶି ଆସିବାର ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରମବାସୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳ ର ଚାନ୍ଦିପୁଟ ନିକଟରେ ରହିଛି ଲକ୍ଷାରୀ ଅଭୟାରଣ୍ୟ । ଭାଇରାଲ ହେଉଥିବା ଭିଡିଓ ରେ ଦୃଶ୍ୟମାନ ହେଉଥିବା ବନ୍ୟଜନ୍ତୁ ଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା , ଲାଞ୍ଜ ମଧ୍ୟ ଲମ୍ବା ଥିବା viral। ଯାହା ଫଳରେ ଏହା ଛୋଟିଆ ବାଘ ବୋଲି କୁହାଯାଉଛି।  ସୁଚନା ଅନୁଯାୟୀ , ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ କିଛି କଲେଜ ପଢୁଆ ପିଲା ମାନେ ଘର ଭଡ଼ା ନେଇ ରହୁଥିବା ବେଳେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ ଦୁଇ ଜଣ ଛାତ୍ର ବାହାରକୁ ବାହାରିଥିଲେ । ସେହି ସମୟରେ ଗ୍ରାମ କୋଠ ଘର ନିକଟରୁ ପ୍ରଥମେ ଛେଳି ଗୁହାଳ ଏବଂ ପରେ କୁକୁଡ଼ା ଘର ନିକଟକୁ ଏକ ବନ୍ୟଜନ୍ତୁ ଛପି ଛପି ଆସିଥିଲା । ଯାହା ବାଘ ଭଳି ଦିଶୁଥିବା ଜାଣି ଦୁଇ ଜଣ ଛାତ୍ର ଭୟରେ ଲୁଚି ଦୂରରୁ ନିଜ ମୋବାଇଲ ରେ ଏହି ଭିଡିଓ ଉତ୍ତୋଳନ କରିଥିଲେ ।

ଅନ୍ୟପକ୍ଷରେ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଏ ପର୍ଯ୍ୟନ୍ତ କୌଣସି ପଶୁ କିମ୍ବା କୁକୁଡ଼ା କ୍ଷତି ହୋଇନାଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ବାଘ ଆସିବା ଘଟଣା ସମସ୍ତ ଙ୍କୁ ବିଚଳିତ କରିଥିବା ବେଳେ ସଂନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି ଗ୍ରାମବାସୀ ।

ଘଟଣା ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଥିବା କୌଣସି ରେକର୍ଡ ନାଁହି । ତେବେ ମୋବାଇଲ ରେ ଭାଇରାଲ ହେଉଥିବା ଭିଡିଓରେ ବାଘ କି ଆଉ କେଉଁ ବନ୍ୟ ଜନ୍ତୁ ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *