ଅଧଙ୍ଗା ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋରେଇ ବ୍ଲକ ତାହାରପୁର ପଂଚାୟତ ଅଧଙ୍ଗା ଗ୍ରାମରେ ପ୍ରଭୁ ଶ୍ରୀ ବଜରଙ୍ଗ ବାଲିଙ୍କ ଚର୍ତୁଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଦୀର୍ଘ ସାତ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗ୍ରାମବାସୀ କଳସ ବୁଡ଼ାଇ ଗ୍ରାମ ପରିକ୍ରମା କରିବା ପରେ ଶୁଭଧିବାସ, ଅଙ୍କୁରରୋପଣ ଓ ଘଟସ୍ଥାପନା କରି ପୂଜାର୍ଚନା କାର୍ଯ୍ୟ ଆରମ୍ଭ କରିଥିଲେ ।

ମୁଖ୍ୟ ଉପଦେଷ୍ଟା ପ୍ରଦୀପ ମଲିକଙ୍କ ତତ୍ଵବଧାନରେ ଅନୁଷ୍ଠିତ ଏହି ଅଧାତ୍ମିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଅଛି।ଦୀର୍ଘ ସାତ ଦିନ ବ୍ୟାପି ଗ୍ରାମବାସୀଙ୍କ ତରଫରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯିବ ।