ଅଣରେଭେନ୍ୟୁ କାମ ବନ୍ଦ ଭିତ୍ତିଭୂମି ସୁଦୃଢପାଇଁ ରାଜସ୍ୱ ନିରିକ୍ଷକ ସଂଘର ଦାବୀ ପତ୍ର

ଆବଶ୍ୟକ କର୍ମଚାରୀ ସହିତ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ରାଜସ୍ଵ ନିରକ୍ଷକ ମାନଙ୍କୁ ଦିଆଯାଉଛି ଅଣରେଭେନ୍ୟୁ କାମ । କାର୍ଯ୍ୟଚାପରେ ଲୋକଙ୍କ କାର୍ଯ୍ୟ ସଠିକ ଭାବେ କରି ପାରୁ ନାହାଁନ୍ତି ରେଭେନ୍ୟୁ କର୍ମଚାରୀ ।

ତେବେ ଏହାକୁ ନେଇ ଓଡ଼ିଶାରାଜ୍ୟ ରେଭେନ୍ୟୁ ଫିଲ୍ଡ ଅଫିସର ଆସୋସିଏସନର ଡାକରାରେ ଚମ୍ପୁଆ ଆରଆଇ ସଂଘ ଚମ୍ପୁଆ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି ।

ରାଜ୍ୟରେ ରେଭେନ୍ୟୁ କର୍ମଚାରୀ ଆବଶ୍ୟକ ଠାରୁ ଢେର କମ ରହିଥିବାବେଳେ ତାଙ୍କୁ ଅଣରେଭେନ୍ୟୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ମାତ୍ରାଧିକ କାର୍ଯ୍ୟଚାପରେ ସୃଷ୍ଟି ହେଉଥିବା, ଅଣରେଭେନ୍ୟୁ କାମ ବନ୍ଦ ବାବଦରେ ରାଜ୍ୟ ସରକାରଙ୍କ ୧୦ / ୧/୨୫ରିଖର ନିର୍ଦ୍ଦେଶର କାର୍ଯ୍ୟକାରୀ,ଯଥାଚିତ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇଦେବା, ସମୟ ମତେ ଯାତାୟତ ଭତ୍ତା ପ୍ରଦାନ, ଭଲ ଉଦ୍ଦେଶ୍ୟରେ କରାଯାଇଥିବା କାମ ଗୁଡିକର ଆଇନଗତ ସୁରକ୍ଷା, ରାଜସ୍ଵ ସହାୟକ ନିଯୁକ୍ତି ଆଦି ଦାବିରେ ଆଜି ଚମ୍ପୁଆ ତହସିଲ ଅନ୍ତର୍ଗତ ୭ଟି ଆରଆଇ ସର୍କଲ ସମସ୍ତ ଆରଆଇ ତଥା ଏଆରଆଇ ଚମ୍ପୁଆ ତହସିଲଦାର ମାର୍କୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।