ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ରେଳ ଧାରଣାରୁ ଉଦ୍ଧାର

ଯୋଡ଼ା ଥାନା ମୂର୍ଗା ମହାଦେବ ରୋଡ୍ ଷ୍ଟେସନ ନିକଟ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିରହିଛି । ସମ୍ଭବତଃ ବ୍ୟକ୍ତି ଜଣକ ରେଳ ଧାରଣ ପାର୍ ହେବା ସମୟରେ ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଛନ୍ତି । ଗତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଛି । ଏଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ବୟସ ପାଖାପାଖି ବୟସ ୪୦ ରୁ ୪୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି ।