ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ୍ୟୁ

ଏକ ଅଜଣା ଗାଡି ଧକ୍କା ରେ ଅଜଣା ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ । ଗତକାଲି ସଂଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।ସୁଚନା ଅନୁଯାୀ ମହେଶ୍ବରପୁର ଛକ ନିକଟରେ ମୃତ ଯୁବକକୁ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଚମ୍ପୁଆ ପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *