ବାଲେଶ୍ବର ଜିଲ୍ଲା ବାଲିଆପାଳ ଅକ୍ସଫୋର୍ଡ ରିଜିଓନାଲ ଇଂଲିଶ ମିଡିୟମ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ଏକ କ୍ରୟ ବସ୍ତୁ, ପଦାର୍ଥ ବା ଦ୍ରବ୍ୟ ନୁହେଁ, ଯାହା ସହଜରେ କ୍ରୟ କରାଯାଇଥାଏ। ଏହା ହେଉଛି ସଚେତନତା, ଶିକ୍ଷା ଓ ଅଭିଜ୍ଞତା ମାଧ୍ୟମରେ ପର୍ଯ୍ୟବେକ୍ଷଣ, ଆବିଷ୍କାର କିମ୍ବା ଶିଖିବା ଦ୍ବାରା ପ୍ରାପ୍ତ କୌଶଳ ଜ୍ଞାନ ଉଭୟ ତତ୍ତ୍ବଗତ ଓ ବ୍ୟାବହାରିକ ବୁଝାମଣାକୁ ସୂଚିତ କରିଥାଏ I ଜ୍ଞାନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ, ଯାହା ନୂତନ ଶିକ୍ଷା ଓ ଅନ୍ୟମାନଙ୍କୁ ବୁଝିବା ଭଳି ସୁଯୋଗ ପ୍ରଦାନ କରେ I ବ୍ୟକ୍ତିର ବୃତ୍ତିଗତ ଜୀବନରେ ଜ୍ଞାନ ଅନେକ ସାହାଯ୍ୟ କରିପାରେ I ଜ୍ଞାନ ହେଉଛି ଏଭଳି ଉପଯୁକ୍ତ ବ୍ୟବସ୍ଥିତ ନିର୍ଦ୍ଦେଶ, ଯାହା ପ୍ରଯୋଗାତ୍ମକ ଜୀବନଶୈଳୀରେ ନିଜକୁ ପ୍ରତିଷ୍ଠିତ କରିଥାଏ I

ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗିରଥ ଗିରି, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଦୟାନିଧି ସାହୁ,ସମ୍ମାନୀତ ଅତିଥି ଭାବରେ ସିମୁଳିଆ କ୍ଲଷ୍ଟରର ସିଆରସିସି ଆଶୋକ କୁମାର ଗିରି, ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଝଡେଶ୍ଵର ପ୍ରଧାନ, ବଢ଼ାପାଳ ସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ କୀଙ୍କର ଆଚାର୍ଯ୍ୟ ଏବଂ ବ୍ରହ୍ମା ପ୍ରକାଶ ପ୍ରମୁଖ ଯୋଗ ଦେଇ ବାକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ପାଦକ ସାଗର କୁମାର ପଟ୍ଟନାୟକ, ବିଦ୍ୟାଳୟ କମିଟି ସଦସ୍ୟ ପ୍ରଶାନ୍ତ କୁମାର ରାଉତ, ଶିକ୍ଷୟତ୍ରୀ ସସ୍ମିତା ଗିରି, ସୃତି ଲିପି କମିଳା, ରାଜେଶ ରଣା, ଅର୍ଜୁନ ନନ୍ଦୀ, ସନ୍ତୋଷ ଗିରି, ମହାଦେବ କର୍ମକାର, ଦିଗାମ୍ବର ରଣା ମାନସ ପ୍ରଧାନ,ସେକ ମୁକ୍ତାରଙ୍କ ସହିତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।