
ଶୀତ ଦିନ ଯେତିକି ଭଲ ଲାଗେ ସେତିକି ଦେହ ମଧ୍ୟ ଖରାପ ହୁଏ | ଶୀତ ଦିନେ ପିଲାଙ୍କ ଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଥଣ୍ଡା କାଶ ଜ୍ଵର ଲାଗି ରହିଥାଏ | ଏହିଥିରୁ ମୁକ୍ତି ପାଇଁ କିଛି ଘରୋଇ ଉପକାର ଜାଣି ନିଅନ୍ତୁ |
ଅଧିକ ସମୟରେ ପିଲାଙ୍କ ଠୁ ନେଇ ବୁଢା ପର୍ଯ୍ୟନ୍ତ ଥଣ୍ଡା କାଶ ପଡିଥାନ୍ତି | ଏଥିରୁ ମୁକ୍ତି ପାଇଁ ଘରୋଇ ଉପଚାର ସବୁଠୁ ଲଢଦାୟକ ହୋଇଥାଏ | ଏହା ଏକ ପ୍ରାକୃତିକ ଘରୋଇ ଉପଚାର | ଏହି ଉପଚାରରେ ବ୍ୟବହାର ହେଉଥିବା ପଦାର୍ଥ ଘରେ ଘରେ ମିଳିଥାଏ |
ଏଥି ପାଇଁ ତୁଳସୀ ଜଟା ର ବ୍ୟବହାର କରାଯାଏ | ତୁଳସୀ ର ଗୁଣ ଆଉ ଉପକାରିତା ବିଷୟରେ ଆମକୁ ଜଣାଅଛି | ତୁଳସୀ ପତ୍ର ଅନେକ ରୋଗରୁ ଉପଶମ ଦେଇଥାଏ | ସେହିପରି ତୁଳସୀ ଜଟା ରେ ବି ଅନେକ ଗୁଣ ରହିଛି | ଏହା ଆପଣଙ୍କ ବାଡି ଘରେ ଥିବା ତୁଳସୀ ଗଛରୁ ଅତି ସହଜରେ ମିଳିଥାଏ |
କିପରି ପ୍ରସ୍ତୁତ କରିବେ?
ତେବେ ୧୦ ଟି କଞ୍ଚାଥିବା ତୁଳସୀ ଜଟା କୁ ସଂଗ୍ରହ କରିବେ | ତାପରେ ଏକ ଗ୍ଳାସ ପାଣିକୁ ନେଇ ସେଥିରେ ଜଟା ଗୁଡିକୁ ପକାଇ ଫୁଟାନ୍ତୁ | ପାଣି କୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫୁଟିବାକୁ ଦେବେ | ଅଧ ଗ୍ଳାସ ପାଣି ହେବ ପର୍ଯ୍ୟନ୍ତ ଫୁଟାନ୍ତୁ, ଦେଖିବେ ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ | ତାହା ପରେ ଏହାକୁ ଛାଣି ନେଇ ଥଣ୍ଡା ହେବାକୁ ଦେବେ | ତାପରେ ଏହାକୁ ସେବନ କରିବେ |
କିପରି ସେବନ କରିବେ?
ଏହାକୁ ଆପଣ ସକାଳେ ସନ୍ଧ୍ୟାରେ ଏବଂ ମଧ୍ୟାନ ସମୟରେ ସେବନ କରିପାରିବେ | ଅଧିକ କାଶ କିମ୍ବା ଥଣ୍ଡା ହେଲେ ଏଥିରେ ମହୁ ମିଶାଇ ସେବନ କରିପାରିବେ |