ହାର୍ଦ୍ଦିକଙ୍କ ‘ରୟାଲ’ ଗିଫ୍ଟ: ବାନ୍ଧବୀ ମାହିକାଙ୍କ ପାଇଁ କିଣିଲେ ୧.୭ କୋଟିର ମର୍ସିଡିଜ୍ କାର୍

ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଚର୍ଚ୍ଚାରେ। ଏଥର କୌଣସି ମ୍ୟାଚ୍ ଜିତିବା ପାଇଁ ନୁହେଁ, ବରଂ ନିଜର ବାନ୍ଧବୀ ମାହିକା ଶର୍ମାଙ୍କୁ ଏକ ଦାମୀ ଉପହାର ଦେଇ ସେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହାର୍ଦ୍ଦିକ ନିଜ ଲେଡି-ଲଭ୍‌ଙ୍କୁ ପ୍ରାୟ ୧.୭ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ‘ମର୍ସିଡିଜ୍-ବେଞ୍ଜ ଭି-କ୍ଲାସ’ କାର୍ ଉପହାର ଦେଇଛନ୍ତି। ଏହି ମର୍ସିଡିଜ୍ ଭି-କ୍ଲାସ୍ ଗାଡ଼ିଟି ତାହାର ପ୍ରିମିୟମ୍ ଫିଚର୍ସ ଏବଂ ଆରାମଦାୟକ ଇଣ୍ଟେରିୟର ପାଇଁ ପରିଚିତ। ଭାରତରେ ଏହାକୁ ଅନ୍ୟତମ ଶ୍ରେଷ୍ଠ MPV ଭାବେ ଗଣାଯାଏ।

ହାର୍ଦ୍ଦିକଙ୍କ କହିବା ଅନୁଯାୟୀ, ମାହିକା ତାଙ୍କ ଜୀବନକୁ ଆସିବା ପରେ ସବୁକିଛି ସକାରାତ୍ମକ ହୋଇଛି। ଟି-୨୦ ବିଶ୍ୱକପ୍‌ରେ ତାଙ୍କର ଦମଦାର ପ୍ରଦର୍ଶନ ଏହାର ଏକ ବଡ଼ ପ୍ରମାଣ। ହାର୍ଦ୍ଦିକଙ୍କ ଗ୍ୟାରେଜରେ ପୂର୍ବରୁ ହିଁ ଫେରାରୀ ରୋଲ୍ସ-ରଏସ୍ ଫାଣ୍ଟମ୍, ଲ୍ୟାମ୍ବୋରଗିନି ଏବଂ ରେଞ୍ଜ ରୋଭର ଭଳି ଅନେକ ଦାମୀ ଗାଡ଼ି ଶୋଭା ପାଉଛି। କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପ୍ରିୟଜନଙ୍କ ଖୁସି ପାଇଁ ହାର୍ଦ୍ଦିକ ସବୁବେଳେ ଉଦାର ରହିଆସିଛନ୍ତି। ନିକଟରେ ସେ ନିଜ ପୁଅକୁ ମଧ୍ୟ ଏକ ମହଙ୍ଗା ଗାଡ଼ି ଉପହାର ଦେଇଥିଲେ। ବର୍ତ୍ତମାନ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ହାର୍ଦ୍ଦିକ, ପଡ଼ିଆ ବାହାରେ ମଧ୍ୟ ନିଜର ‘ଷ୍ଟାଇଲିସ୍’ ଜୀବନଶୈଳୀ ପାଇଁ ସବୁବେଳେ ହେଡଲାଇନ୍‌ରେ ରହୁଛନ୍ତି। କ୍ରିକେଟ୍ ପଡ଼ିଆରେ ଛକା ମାରୁଥିବା ହାର୍ଦ୍ଦିକ, ଏବେ ବାସ୍ତବ ଜୀବନରେ ମାହିକାଙ୍କୁ ଏହି ସ୍ପେଶାଲ ଗିଫ୍ଟ ଦେଇ ପ୍ରଶଂସକଙ୍କ ମନ ଜିତିଛନ୍ତି।