ସୋସିଆଲ ମିଡିଆରେ ବିଶ୍ୱକୁ ଛୁଇଁଲା ଭାରତ: ମୋଦୀଙ୍କ ବହୁଭାଷୀ କୂଟନୀତିରେ ଭାରତ–ଇୟୁ ଚୁକ୍ତି

ବାର ବର୍ଷର ଶାସନ କାଳରେ ସୋସିଆଲ ମିଡିଆକୁ କୂଟନୀତିର ଶକ୍ତିଶାଳୀ ମାଧ୍ୟମରେ ପରିଣତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି | ମଙ୍ଗଳବାର ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଘୋଷଣା ସହିତ ମୋଦୀ ୨୪ଟି ଭିନ୍ନ ୟୁରୋପୀୟ ଭାଷାରେ ସୋସିଆଲ ମିଡିଆ ପୋଷ୍ଟ କରି ସାରା ୟୁରୋପର ଲକ୍ଷଲକ୍ଷ ଲୋକଙ୍କୁ ସିଧାସଳଖ ପହଞ୍ଚିଥିଲେ |

‘ଏକ୍ସ’ରେ ପୋଷ୍ଟ କରି ମୋଦୀ ଲେଖିଥିଲେ, ଭାରତ–ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ପକ୍ଷ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ନୂଆ ସୁଯୋଗ ସୃଷ୍ଟି କରିବ | ଏହା ଭାରତ–ୟୁରୋପ ସହଭାଗିତାକୁ ଦୀର୍ଘମ୍ୟାଦୀ ଭିତିରେ ସୁଦୃଢ଼ କରିବ ବୋଲି ସେ କହିଥିଲେ |

ଭୂରାଜନୈତିକ ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ମୋଦୀଙ୍କ “ବହୁଭାଷୀ ମାଷ୍ଟରଷ୍ଟ୍ରୋକ୍” ଭାବେ ଅଭିହିତ କରିଛନ୍ତି | ଗୋଟିଏ ମେସେଜ୍‌ ମାଧ୍ୟମରେ ମୋଦୀ ୟୁରୋପୀୟ ସଂଘର ସମସ୍ତ ୨୭ଟି ଦେଶର ନାଗରିକ ଓ ନେତାଙ୍କୁ ସିଧାସଳଖ ସନ୍ଦେଶ ଦେଇଥିଲେ | ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସମେତ ଅନେକ ୟୁରୋପୀୟ ନେତା ହିନ୍ଦୀରେ ପ୍ରତିଉତ୍ତର ଦେଇ ଏହି ଚୁକ୍ତିକୁ ସ୍ୱାଗତ କରିଥିଲେ |

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ବାଣିଜ୍ୟ ନୀତି ଏବଂ ଶୁଳ୍କ ଚାପ ମଧ୍ୟରେ ଏହି ଭାରତ ଇୟୁ ଚୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସଫଳତା ଭାବେ ଦେଖାଯାଉଛି | ବିଶେଷଜ୍ଞମାନଙ୍କ ମତରେ, ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଏଭଳି ସିଧାସଳଖ ସମ୍ପର୍କ ଗଢ଼ି ତୋଳିବା ଏକବିଂଶ ଶତାବ୍ଦୀର ସର୍ବୋତ୍ତମ କୂଟନୀତିର ଉଦାହରଣ ହୋଇଛି |