ସାପ ଧରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ଜାରି କଲା ଗାଇଡ୍ ଲାଇନ

ଓଡ଼ିଶାରେ ଯେତିକି ଲୋକଙ୍କର ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଛି ସେଥିରୁ ୪୦% ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି। ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେଳେ ଗତ ୭ବର୍ଷରେ ୬୩୫୧ଜଣଙ୍କର ମୃତ୍ୟୁ ହୋଇଛି।

ଏପରିକି ସାପ କାମୁଡ଼ିଲେ ଲୋକଙ୍କର ମୃତ୍ୟୁ ହେଉଥିବାରୁ ଲୋକମାନେ ଭୟଭୀତ ହୋଇ ସାପକୁ ମାରି ଦେଉଛନ୍ତି। ତେଣୁ ସାପକୁ ଯେପରି ତୁରନ୍ତ ଉଦ୍ଧାର କରାଯିବ ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ହିଁ ସାପ ଧରିବେ। ‌ଯିଏ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁଠି ଲୋକଙ୍କ ଜୀବନକୁ ସାପର ଭୟ ଥିବ ଯଥା ଘରେ ଭିତରେ ବା ଜନଗହଳି ସ୍ଥାନରେ ସାପ ଦେଖାଗଲେ ତାକୁ ଉଦ୍ଧାର କରାଯିବ। ସାପ ଧରାଳୀମାନେ ଲୋକଙ୍କ ମଧ୍ୟରେ ପରିବେଶରେ ସାପର ଗୁରୁତ୍ବ ନେଇ ସଚେତନତା ସୃଷ୍ଟି କରିବେ, କେହି ସାପ ଧରି ଷ୍ଟଣ୍ଟ ଦେଖାଇବେ ନାହିଁ।

ଯଦି କେହି ଉଲ୍ଲଂଘନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *