
ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହି ଗ୍ରାମରେ । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସର ଶବଗତକାଲି ନଟିଆ ଜୋରରୁ ଉଦ୍ଧାର ହେବା ପରେ ଚନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଉକ୍ତ ଗ୍ରାମର ସୁକାନ୍ତର ସାଙ୍ଗ ଜୟଦେବ ଠାରୁ ପୋଲିସ ମୋବାଇଲ ଜବତ କରିବା ପରେ ସାମ୍ନାକୁ ଆସିଥିଲା ସତ ।ତେବେ କିଭଳି ଏବଂ କେଉଁ ପରିସ୍ଥିରି ଏଭଳି ଏକ ହତ୍ୟା କାଣ୍ଡ ଘଟିଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚନ୍ଦବାଲି ଏସ ଡି ପି ଓ ଦେବୀ ଶଙ୍କର ପ୍ରତାପ ।
ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନଟିଆ ଜୋର ପୋଲ ନିକଟରେ ମୋବାଇଲ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ରୁ ହାତାହାତି ଆଉ ତାପରେ ଜୟଦେବ ଏକ କାଠ ଫାଳିଆରେ ସୁକାନ୍ତର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଫଳରେ ସୁକାନ୍ତ ସେଠାରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଜୟଦେବ ଶୁକାନ୍ତ କୁ ନଟିଆ ଜୋର ମଧ୍ୟକୁ ଠେଲି ଦେଇ ସୁକାନ୍ତର ମୋବାଇଲ ନେଇ ଘରକୁ ପଳାଇ ଯାଇଥିଲା । ତାପର ଦିନ ଧରାପଡିଯିବା ଭୟରେ ସୁକାନ୍ତ ମୋବାଇଲକୁ ବିଲରେ ପୋତିଥିଲା । ଯାହାକୁ ଚନ୍ଦବାଲି ପୋଲିସ ଜବତ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି ।