ସାଇକେଲ କିଣିବାକୁ ଯାଇ ଆଉ ଫେରି ନାହାନ୍ତି ନିରୂପମା, ୫ମାସ ହେବ ବାଟ ଚାହିଁ ବସିଛନ୍ତି ପରିବାର

ସାଇକେଲ୍ କିଣା ହେଲା କାଳ ସାଇକେଲ୍ କିଣିବାକୁ ଯାଇଁ ଆଉ ଫେରେଲେନି ନିରୁପମା। ଦୀପାବଳି ଦିନ ବହୁ ଖୁସିରେ ସାନପୁଅକୁ ଧରି ବାହାରିଯାଇଥିଲେ ପିଲାଙ୍କ ପାଇଁ ନୂଆ ସାଇକେଲ୍ କିଣିବାକୁ ହେଲେ କିଏ ଜାଣିଥିଲେ ଆଉ ଫେରିବେନି ନିରୁପମା, ନିରୁପମା ଫେରିବା ବାଟକୁ ଚାଇଁ ବସିଛନ୍ତି ବଡ ପୁଅ ସମେତ ଶାଶୁ, ଶ୍ୱଶୁର, ଯାଆ, ନଣଦ | ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା, ଭଦ୍ରେଶ୍ୱର ଥାନା, କୁରୁଜଙ୍ଗା ପଞ୍ଚାୟତରେ

ସୂଚନା ଅନୁସାରେ, ମାହାଙ୍ଗା ଥାନା ଧାରପୁର ଗ୍ରାମର କନ୍ୟା ନିରୁପମା ମଲିକ ୧୫ବର୍ଷ ତଳେ ଭଦ୍ରେଶ୍ୱର ଥାନା କୁରଜଙ୍ଗା ପଞ୍ଚାୟତ ଭରତପଡା ଗ୍ରାମର ଭୀମ ମଲିକଙ୍କ ପୁଅ ରତ୍ନାକରଙ୍କୁ ବିବାହ କରିଥିଲେ, ସ୍ୱାମୀ ରତ୍ନାକର ଗୁଜରାଟର ଏକ ଘରୋଇ କମ୍ପାନୀରେ କାମକରୁଥିବା ବେଳେ ନିରୁପମା ଘରେ ଦୁଇ ପୁଅ ଓ ଶାଶୁ ଶ୍ୱଶୁର ଯାଆ ନଣଦଙ୍କୁ ନେଇ ବେଶ ଖୁସିରେ ସଂସାର ଚଳାଇନେଉଥିଲେ | କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା ବୋଧହୁଏ, ନିଶ୍ଚିନ୍ତକୋଇଲି ବଜାରକୁ ସାଇକେଲ୍ କିଣିବାକୁ ଯାଇ ଆଇ ଫେରିନାହନ୍ତି ସେ, କୁଆଡେ ଗଲେ, କଣ ହେଲା ତାଙ୍କର, କିଛି ଖୋଜ ଖବର ପାଉନାହାନ୍ତି ପରିବାର ଲୋକଙ୍କ ସମେତ ଶାଶୁ ଘର ଲୋକେ |

ଏ ନେଇ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଥାନାରୁ କୌଣସି ସୁଫଳ ମିଳିପାରିନାହିଁ | ପୋଲିସ ଏ ଘଟଣାର ତଦନ୍ତ କରି ନିରୁପମାକୁ ଖୋଜି ବାହାର ନ କରିଲେ ଆଗାମୀ ଦିନରେ ଥାନା ସମୁଖରେ ଧାରଣା ଦେବା ସହିତ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି |

ବରିଷ୍ଠ ସମାଜସେବୀ ମଧୁମିତା ରଥ ସୂଚନା ଟିଭି ୨୪ x ୭କୁ କହିଛନ୍ତି ନିଜ ବାପ-ମା’ଙ୍କୁ ପଚାରୁନାହାନ୍ତି ଆଜିକାଲିର ପିଲାମାନେ । ତାଙ୍କ କହିବା କଥା, ଯେଉଁ ବାପ-ମା’ ପେଟ କାଟି ତଥା ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ସନ୍ତାନଙ୍କୁ ମଣିଷ କରିଛନ୍ତି, ସେଇ ସନ୍ତାନ ବିଦେଶ ଗଲା ପରେ ସେମାନଙ୍କୁ ଭୁଲିଯା’ନ୍ତି ତଥା ତାଙ୍କ ଶୁଦ୍ଧି କ୍ରିୟାରେ ନିଜେ ନ ଆସି ଚାକରକୁ କୁହନ୍ତି କେଶଦାନ କରିବାକୁ ।