
ଯାଜପୁର ସ୍ବରାଜଗାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଷଷ୍ଠ ଜିଲ୍ଲାପରିଷଦ ଯାଜପୁରର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ , ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରେଇ ବିଧାୟକ ଅଶୋକ ବଳ,ବରି ବିଧାୟିକା ସୁନନ୍ଦା ଦାସ,ସାଂସଦ ଶର୍ମିଷ୍ଠା ସେଠୀ,ରାଜ୍ୟସଭା ସାଂସଦ ସୁଲତା ଦେଓ, ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ, ଉପସଭାପତି ଗଣେଶ୍ୱର ବରାଳ ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ଥରରୁ କିପରି ଲୋକଙ୍କ ସମସ୍ୟା ଦୂର ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାର ୩୯ଜଣ ଜିଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ବୈଠକରେ ଗ୍ରାମାଞ୍ଚଳରେ କିପରି ସରକାର ଯୋଜନା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ୧୫ନମ୍ବର ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଚକ୍ରଧର ବେହେରା ଶପଥ ପାଠ ଗ୍ରହଣ କରିବା ସହ ମାନ୍ୟବର ମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।