ରାଜ୍ୟରେ ଏବେ ପାଣିପାଗର ବିଚିତ୍ର ଚିତ୍ର ଦେଖିବାକୁ ମିଳୁଛି | ଗୋଟିଏ ପଟେ ଦିନର ତାପମାତ୍ରା ବଢୁଥିବା ବେଳେ , ଅନ୍ୟପଟେ ରାତିରେ ପାରଦ ହଠାତ ଖସିଯାଉଛି | ସକାଳୁ କୁହୁଡି , ଦିନର ଖୁବ ଜୋରରେ ଗରମ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ସମୟରେ ହାଲୁକା ପବନ ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି |

ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଶିମିଳିପାଳରେ ଆଜି ସକାଳେ ପାରଦ ୧ ଡିଗ୍ରି ସେଲସିୟସ୍କୁ ଖସିଛି | ଗତକାଲି ମଧ୍ୟ ଏଠାରେ ୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ଚଳିତ ଋତୁର ସର୍ବନିମ୍ନ ମଧ୍ୟରୁ ଗୋଟିଏ। ଅନ୍ୟପଟେ ଦିନର ତାପମାତ୍ରା ବଢ଼ିଥିବାରୁ ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୩୩.୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ଓ ଭୁବନେଶ୍ୱରରେ ୩୨.୩ ଡିଗ୍ରି ତାପମାତ୍ରା ରହିଥିଲା।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ପଶ୍ଚିମା ଶୀତଳ ପବନ ଓ ଆକାଶ ସ୍ପଷ୍ଟ ରହିବା କାରଣରୁ ରାତିରେ ତାପମାତ୍ରା ଅଧିକ ଖସୁଛି। ଆସନ୍ତା କିଛି ଦିନ ଯାଏଁ ଏହିପରି ତାପମତ୍ରା ଜାରି ରହିପାରେ ବୋଲି ଅନୁମାନ କରାଯାଉଛି।