ପୁରୀ: ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ପାଳିତ ହୋଇଥାଏ | ସେଥିମଧ୍ୟରୁ କେତକ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ | ପୁରୀ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଶାନ୍ତି” ପକ୍ଷରୁ ରୋଡ ଫୁଡ ପର୍ବ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଆବାଳ ବୃଦ୍ଧ ବନିତାଙ୍କୁ ବିତରଣ କରାଯାଇଥିଲା |
ଅନୁଷ୍ଠାନ ପକ୍ଷରୁ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶହଶହ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା | ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥିବା ଉତ୍ସବର ଆଜି ଥିଲା ଉଦଯାପନି ଦିବସ | ପଦ୍ମନାଭ ତ୍ରିପାଠୀ, ପୁଷ୍ପଜିତ ମହାପାତ୍ର, କାଶୀନାଥ ସୁବୁଦ୍ଧି ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା |