
ଲୋକଙ୍କ ସୁରକ୍ଷାରେ ବନବିଭାଗ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଗେରେଡ଼ା ବିଟ୍ କେପିଟି ମୁଖ୍ୟରାସ୍ତାରେ ବନ ବିଭାଗ ତରଫରୁ ଆଲୋକିକରଣ ବ୍ୟବସ୍ଥା କରାଯାଇଛି । ସୂଚନା ଥାଉକି ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ଜଙ୍ଗଲିଜନ୍ତୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ବିଶେଷ କରି ଧାନ ଚାଷ ସମୟରେ ଲୋକଙ୍କ ସହ । ତେବେ ବନଖଣ୍ଡ ଅଧିକାରୀ ଭିପାଶା ପାରୁଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଫରେଷ୍ଟର ଦିଲ୍ଲୀପ ଦାସଙ୍କ ସମେତ ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରତା ଏବଂ ଗଜ ସାଥିଙ୍କ ସହ ଇଲେକ୍ଟ୍ରୋନିକ୍ସ କର୍ମଚାରୀ ଉପସ୍ଥିତ ରହି ଏକ ସୌର ଚାଳିତ ଲାଇଟ୍ ର ଆଲୋକିକରଣ କରିଥିବା ଦେଖିବାକୁ ମିଳିଛି । ତେବେ ଲୋକଙ୍କ ଯିବା ରାସ୍ତାରେ ବନ୍ୟଜନ୍ତୁ ହାତୀ, ବରାହ, ଭାଲୁ ଭଳି ହିଂସ୍ରଜନ୍ତୁଙ୍କ ଗନ୍ତବ୍ୟପଥ ହେଉଥିବାରୁ ବିଭିନ୍ନ ସମୟରେ ସାଧାରଣ ଲୋକଟିଏ ଆକ୍ରମଣର ଶିକାର ହେଉଛି । ବନ ବିଭାଗର ଏଭଳି କାର୍ଯ୍ୟ ଦେଖି ଅଞ୍ଚଳରେ ଜନ ସାଧାରଣଙ୍କ ବନ ବିଭାଗ ପ୍ରତି ଅସ୍ଥା ବଢ଼ିଥିବା ଦେଖିବାକୁ ମିଳିଛି ।