ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ମଙ୍ଗଳବାର ରାତିଠୁ ଲାଗିରହିଛି ବର୍ଷା । ମୁଣ୍ଡରେ ବର୍ଷା ଯୋଗୁଂ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ସୃଷ୍ଟି ହେଲାଣି। ନଦୀକୂଳିଆ ବାସିନ୍ଦାଙ୍କ ଭିତରେ ଦେଖାଦେଲାଣି ଭୟର ବାତାବରଣ। ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ବର୍ତ୍ତମାନ ଧାନ ରୁଆ କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତାହାହେଲେ ଚାଷୀର ସବୁ ପରିଶ୍ରମ ବନ୍ୟାରେ ବୋହିଯିବା ଓ ତଳି ପଚିଯିବା ଅଶଙ୍କାରେ ବସ୍ତା ବ୍ଲକ ୭ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକ ୨୮ ପଞ୍ଚାୟତ, ସଦର‌ ବ୍ଲକର ୨ ଟି ପଞ୍ଚାୟତର ଚାଷୀ। ସେପଟେ ବନ୍ୟା ପାଣି ବିଭିନ୍ନ ତଳିଆ ଅଞ୍ଚଳରେ ଭରିବାରେ ଲାଗିଲାଣି। ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇଗଲାଣି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ଲୋକଙ୍କୁ ଆତଙ୍କିତ କରିଦେଇଛି।

Leave a Reply

Your email address will not be published. Required fields are marked *