ରେକର୍ଡ ତାତିରେ ଛଟପଟ ହେଉଛି ଓଡ଼ିଶା, 25 ଜିଲ୍ଲାକୁ ଯେଲୋ ୱାର୍ଣ୍ଣିଂ ଜାରି

ତାତି କରୁଛି ରେକର୍ଡ, ଛଟପଟ ସାରା ଓଡ଼ିଶା । ଅସହ୍ୟ ଖରା, ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆଜି ୧୯ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତକାଲି ପାଇଁ ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସ୍ଥିତିକୁ ଦେଖି ଆଗାମି ୨୫ ତାରିଖ ପର୍ଯ୍ୟନ୍ତ ସାରାରାଜ୍ୟକୁ ସତର୍କ କରିଛି ପାଣିପାଗ ବିଭାଗ ତାତିରେ ରେକର୍ଡ ଭାଙ୍ଗୁଛି ଏବଂ ଓଡ଼ିଶା ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି|
ପାଣିପାଗ ବିଭାଗ ଅନୁସାରେ ଆଗାମୀ 25 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ହିଟୱେଭ ଏବଂ ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ଯୋଗୁ ଅସୁବିଧା ସ୍ଥିତି ରହିବ


ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ 45.5°C ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର ଓ ବଲାଙ୍ଗୀରରେ 44.6°C ତାପମାତ୍ରା ରେକର୍ଡ ହୋଇଛି। ଏସବୁ ଭିତରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ