ରୂପି ସମସ୍ୟାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି?

ଶୀତ ଆସିବା ମାତ୍ରେ ରୂପି ହେବା ଏକ ସାଧାରଣ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବଜାରରୁ ମହଙ୍ଗା ରାସାୟନିକ ଯୁକ୍ତ ସାମ୍ପୁ ବ୍ୟବହାର କରନ୍ତି । ଆଉ କେତେକ ଘରୋଇ ଉପଚାର, ନହେଲେ ପାର୍ଲର ଯାଇ ସହ ସହ ତାଙ୍କ ଖର୍ଚ ମଧ୍ୟ କରନ୍ତି । କିନ୍ତୁ ଏହା ବିଶେଷ ଫଳପ୍ରଦ ହୋଇନଥାଏ। ରୂପି ହେବା ଦ୍ୱାରା କେଶ ଝାଡ଼ିବା ସହ କେଶରେ ଧଳା, ଏକ ସ୍ତର ହୋଇ କୁଣ୍ଡାଇ ହେବା ସହ ଜଳା ପୋଡ଼ା ଆରମ୍ଭ ହୋଇଥାଏ ।

ଏଥିପାଇଁ ନିଜ ହେୟାର କେୟାର ରୂଟୀନ ଚେଞ୍ଜ କରିବା ଦରକାର। ଏଥିସହ ଗରମ ପାଣିରେ କେଶ ଧୋଇବା ସହ କେଶ ମୂଳରେ ରୂପି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ପାଇଁ ସଚେତନ ହେବା ସହ ଋତୁ ଅନୁସାରେ କେଶର ଯତ୍ନ ନେବା ଦରକାର ଶୀତଦିନରେ ଆମେ ଆମ ଶରୀରର ଯତ୍ନ ମଧ୍ୟ ଠିକ ଭାବରେ ନେଇନଥାଉ ଅଧିକ ଶୀତ ହେଉଥିବାରୁ ଲୋକମାନେ ଅଳସୁଆପଣ ପାଇଁ ପାଣି ଠିକ ଭାବରେ ପିଇ ନଥାନ୍ତି ଶରୀରରେ ଜଳିଅ ଅଂଶ କମ ହେବାରୁ ଚର୍ମ ସହ ସ୍କାଳ୍ପ ମଧ୍ୟ ଶୁଷ୍କ ଏବଂ ରୁକ୍ଷ ହୋଇଯାଏ| ଯାହାର ପ୍ରଭାବ ପୁରା ଶରୀର ଉପରେ ପଡିଥାଏ | ତେଣୁ ପ୍ରଥମେ ତ୍ୱଚା ଯେପରି ଶୁଷ୍କ ନହେବ ସେଥି ପାଇଁ ସଚେତନ ରହିବ ଆବଶ୍ୟକ | ରୂପି ସମସ୍ୟାକୁ ଦୂରେଇବାକୁ କେଶ ମୂଳରେ ନିୟମିତ ତେଲ ମାଲିସ କରିବା ସହ ଯଥେଷ୍ଟ ପାଣି ପିଇବା ଆବଶ୍ୟକ | ଅନେକଙ୍କର ଭୁଲ ଧାରଣା ଥାଏ ଯେ ବାରମ୍ବାର ଚୁଟି ଧୋଇବା ଦ୍ୱାରା ରୂପି ସମସ୍ୟା ଦୁରେଇ ଯାଇଥାଏ |

କିନ୍ତୁ ଏହା ଭୁଲ ସପ୍ତାହକୁ ନିୟମିତ ଭାବେ ତେଲ ମାଲିସ କରିବା ସହ ଦୁଇ ଥର ଚୁଟି ଧୋଇପାରିବେ | ହଁ ଆଜ୍ଞା ଚୁଟି ଧୋଇବା ପୂର୍ବରୁ ଆଲୋବେରା ଲଗାଇପାରିବେ | ଏବଂ ଚୁଟି ଧୋଇବା ପରେ ଗ୍ଲିସେରିଙ୍ଗ ଓ ଗୋଲାପ ଜଳର ମିଶ୍ରଣ ଲଗାଇପାରିବେ ଏହା ଦ୍ୱାରା କେଶ ସୁସ୍ଥ ରହେ | ହଁ କେଶରେ ତେଲ ମାଲିସ କରିବାକୁ ହେଲେ ଦିନରେ ନୁହେଁ ତେଲ ମାଲିସ କରି ବାହାରକୁ ଗଲେ ଏହା ବାହାରେ ଧୂଳି ଧୂସର ଏକ ଆସରନ କେଶ ଉପରେ ଜମା ହୋଇ କେଶକୁ ଆହୁରି ଖରାପ କରିଦିଏ | ତେଣୁ ଦିନରେ ତେଲ ନଲଗାଇ ବରଂ ରାତିରେ ଶୋଇବା ଆଗରୁ ତେଲ ଲଗାନ୍ତୁ | ହଁ ଆଉ ଏକ ଉପାୟ ହେଉଛି ହଟ ତାୱେଲ ଥେରାପି ଏକ ପାତ୍ରରେ ଗରମ ପାଣି କରି ସେଥିରେ ଏକ ତାୱେଲରେ ବୁଡାଇ ରଖନ୍ତୁ କିଛି ସମୟ ପରେ କାଢି ଚିପୁଡ଼ି ଦିଅନ୍ତୁ | ଏହାପରେ ଏକୁ ମୁଣ୍ଡରେ ଗୁଡ଼ାଇ ଦିଅନ୍ତୁ ଆପଣ ଏଭଳି ଚାରି ରୁ ପାଞ୍ଚ ଥର କରନ୍ତୁ | ଦେଖିବେ କେଶ ସୁସ୍ଥ ହୋଇ ଝଡ଼ିବା ସମସ୍ୟା ବି ଦୁରେଇ ଯିବ ସବୁବେଳେ ଦୃଷ୍ଟି ରଖିବେ ମୁଣ୍ଡ ଧୋଇବା ପରେ ମୁଣ୍ଡରେ ଘଉଡାଉଥିବା କପଡା ହେଉ କି ଆପଣ ବ୍ୟବହାର କରୁଥିବା ପନିହା ହେଉ କି ମୁଣ୍ଡରେ ବାନ୍ଧୁଥିବା ରିବନ ହେଉ ପରିସ୍କାର ରହିବ ନିହାତି ଆବଶ୍ୟକ | ଏହା ଦ୍ୱାରା ରୂପି ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ |