ରାହୁଲଙ୍କ ବିରୋଧରେ ଆକ୍ସନକୁ ନିନ୍ଦା…ସାରା ଦେଶରେ କଂଗ୍ରେସର ରଣହୁଙ୍କାର

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା(membership) ରଦ୍ଦ(revoked) ପରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ କୋର୍ଟ ସମେତ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ(protest) କରାଯାଇଛି । ସାଂସଦ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣାକୁ ଦଳ ନିନ୍ଦା(condemned) କରିବା ସହ ଆଜି ସମଗ୍ର ଦେଶରେ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ(Satyagraha) ଆରମ୍ଭ କରିଛି ।

ଆଜି କଂଗ୍ରେସର ବରିଷ୍ଠ ନେତାମାନେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ । କିନ୍ତୁ ଆଇନଶୃଙ୍ଖଳା (law and order)କାରଣ ଦର୍ଶାଇ ଅନୁମତି ନ ମିଳିବା(not granted)ରୁ ଗାନ୍ଧି ଦର୍ଶନ ମେମୋରିଆଲ୍ ବାହାରେ ପ୍ରତିବାଦ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ଏଥିରେ ସାମିଲ(involve) ହୋଇଛନ୍ତି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ନେତୃତ୍ୱ ନେଇ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଘୋର ନିନ୍ଦା କରିଛନ୍ତି । ସେପଟେ ରାଜଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ୧୪୪ ଧାରା ଜାରି,ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଯାନବାହନ ଚଳାଚଳରେ ସମସ୍ୟା କଥା ଦର୍ଶାଇ ଗାନ୍ଧିଙ୍କ ସମାଧିସ୍ଥଳ(burial site)ରେ ସତ୍ୟାଗ୍ରହଣ ଅନୁମତି ଦିଆଯାଇନଥିବା ପୋଲିସ ସ୍ପଷ୍ଟୀକରଣ ରଖିଛି ।

ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ପରେ ସାରା ଦେଶରେ କଂଗ୍ରେସ ରଣହୁଙ୍କାର ଦେଇଛି । ଅନ୍ୟ ରାଜ୍ୟ ଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନେ ଗାନ୍ଧି ପ୍ରତିମା (Gandhi idol)ସାମ୍ନାରେ ବସି ସତ୍ୟାଗ୍ରହ ଜାରି ରଖିଛନ୍ତି । ସେପଟେ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ (Constitution)ବଚାଓ ଅଭିଯାନ(campaign) ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *