ରାଇସ୍ ମିଲ୍ ରୁ ଉଦ୍ଧାର କରାଗଲା ଏକାଧିକ ବିଷାକ୍ତ ସାପ

ଗୋଟିଏ ଜାଗାରୁ ଏକାଧିକ ବିଷାକ୍ତ ସାପ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଳାଇଲୋ ଗ୍ରାମରେ ଥିବା ମା ନାରାୟଣୀ ରାଇସ୍ ମିଲ୍ ପରିଷରରୁ ୪୦ ରୁ ଉର୍ଦ୍ଧ ବିଷାକ୍ତ ସାପକୁ ଉଦ୍ଦାର କରାଯାଇଛି । ତେବେ ଉକ୍ତ ରାଇସ୍ ମିଲ୍ ପରିଷର ସଫା ହେଉଥିବା ବେଳେ ଏହି ସାପ ଗୁଡିକୁ ଦେଖିବାକୁ ମିଳିଥିଲା । ସେଠାରେ ଥିବା ଏକ ଭଙ୍ଗା ଆଜବେଷ୍ଟସ ତଳେ ଏହି ସାପ ଗୁଡିକ ରହିଥିଲେ । ଏହି ସାପଗୁଡ଼ିକୁ ସ୍ଥାନୀୟ ମହାକାଳପଡ଼ା ବନ୍ୟ ଜୀବ ବନାଞ୍ଚଳ କର୍ମଚାରୀ ଉଦ୍ଧାର କରି ସରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ନେଇ ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *