ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

କର୍ଣ୍ଣାଟକର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ରାଷ୍ଟ୍ରିୟ ସ୍ବୟମସେବକ ସଙ୍ଘ (ଆରଏସଏସ)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ ଗୁରୁବାର ଦିନ କହିଛନ୍ତି ଯେ, ଧାର୍ମିକ, ରାଜନୈତିକ ବା ସାମାଜିକ, ଯେଉ ସଂଗଠନ କର୍ଣ୍ଣାଟକରେ ଅଶାନ୍ତିର ମଞ୍ଜି ବୁଣିବ ତାକୁ ବରଦାସ୍ତ କରାଯିବ ନାହିଁ । ଆରଏସଏସ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖଡଗେ ଏହି ବିବୃତ୍ତି ଦେଇଛନ୍ତି ।

ରାଜ୍ୟରେ ପିଏଫ୍ଆଇ ଏବଂ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଆରଏସଏସ ବିଷୟରେ ପଚରାଯିବାରୁ ପ୍ରିୟାଙ୍କ ଖାଡଗେ ଏହା କହିଛନ୍ତି । ଆମେ ଆଇନ ଅନୁଯାୟୀ ଏବଂ ସାମ୍ବିଧାନିକ ଭାବରେ ସେମାନଙ୍କ ସହ ମୁକାବିଲା କରିବୁ, ସିଏ ବଜରଙ୍ଗ ଦଳ, PFI କିମ୍ବା ଅନ୍ୟ ଯେକୌଣସି ସଙ୍ଗଠନ ହେଉ । ସେ କହିଛନ୍ତି ଯେ, ଯଦି ସେମାନେ କର୍ଣ୍ଣାଟକରେ ଆଇନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜ ମୋଫେଷ୍ଟୋରେ ବଜରଙ୍ଗ ଦଳ ଏବଂ ପିଏଫଆଇ ଉପରେ ବ୍ୟାନ କରିବାକୁ ପ୍ରତିଶୃତି ଦେଇଥିଲା । ଯାହାକୁ ବିଜେପି ହାଇଜାକ କରିବା ସହିତ ବଜ୍ରଙ୍ଗ ଦଳକୁ ବଜ୍ରଙ୍ଗବଲି ସହିତ ତୁଳନା କରିଥିଲା ।

ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସକୁ ଆକ୍ରମଣ କରି କହିଥିଲେ ଯେ, ପ୍ରଥମେ କଂଗ୍ରେସ ପ୍ରଭୁ ରାମଙ୍କୁ ବନ୍ଦ କରି ଦେଇଥିଲେ ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି ଜପ କରୁଥିବା ଲୋକଙ୍କୁ ମଧ୍ୟ ବନ୍ଦ କରିବାକୁ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *