ଭଦ୍ରକ ଚନ୍ଦବାଲି ମହାବିଦ୍ୟାଳୟର ଦୁଇଟି ନୂତନ ଗୃହ ଉଦଘାଟିତ ହୋଇ ଯାଇଛି। ଏହି ଗୃହକୁ ଚନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଉଦଘାଟିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁଦାନରେ ବଦଳୁଛି ମହାବିଦ୍ୟାଳୟର ରୂପରେଖ । ୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ଦୁଇଟି ନୂତନ ଶ୍ରେଣୀ ଗୃହ। ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଆଉ ଅସୁବିଧା ହେବ ନାହିଁ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରମୋଦିନୀ ଚକ୍ର ପ୍ରକାଶ କରିଛନ୍ତି। ତା ସହିତ ୫ଟି ଅଧିନରେ ମହାବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଅଧ୍ୟାପିକା ଲିଲିପ୍ତା ମିଶ୍ର, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।