ମହାକାଶଚାରୀଙ୍କ ମହାକାଶରେ ମୃତ୍ୟୁ ପରେ ସେଠାରେ ଛାଡିଦିଆଯାଏ ମୃତଦେହ!

ପୃଥିବୀ ପୃଷ୍ଠରେ ମୃତ୍ୟୁ ହେଲେ ହୋଇଥାଏ ଅନ୍ତିମ ସଂସ୍କାର। ସ୍ଥାନ ଓ ଧର୍ମ ବିଶେଷରେ ଏହା ଥାଏ ଭିନ୍ନ। କାହାର ଶବ ଦାହ ହୋଇଥାଏ ତ ପୁଣି କାହାର ପୋତା ଯାଇଥାଏ। ହେଲେ ଭାବିଲେ ଦେଖି, ମହାକାଶକୁ ଯାଉଥିବା ମହାକାଶଚାରୀଙ୍କ ଯଦି ମୃତ୍ୟୁ ହୁଏ, ତେବେ କିପରି କରାଯାଏ ଅନ୍ତିମ ସଂସ୍କାର? ନା ସେହି ମୃତଦେହକୁ ସେଠାରେ ହିଁ ଛାଡିଆସନ୍ତି ଅନ୍ୟ ସଦସ୍ୟ? ମହାକାଶ ମୃତ୍ୟୁକୁ ନେଇ ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

ମହାକାଶକୁ ମଣିଷକୁ ପଠାଇବା ଏକ ଅସାଧାରଣ, କଠିନ ଓ ବିପଦଜ୍ଜନକ କାର୍ଯ୍ୟ। ୬୦ ବର୍ଷ ପୂର୍ବେ ଅନ୍ତରୀକ୍ଷକୁ ନେଇ ମଣିଷର ଅନ୍ୱେଷଣ ଆରମ୍ଭ ହୋଇଥିଲା। ଏହାରି ଭିତରେ ଅନେକ ମହାକାଶଚାରୀ ଯାଇଛନ୍ତି ଅନ୍ତରୀକ୍ଷକୁ ଓ କିଛି ମଧ୍ୟ ମହାକାଶରେ ମୃତ୍ୟୁବରଣ କରିଛନ୍ତି। ୧୯୮୬ରୁ ୨୦୧୩ ଭିତରେ ଅନ୍ତରୀକ୍ଷରେ ହେଲାଣି ୨୦ ମହାକାଶଚାରୀଙ୍କ ମୃତ୍ୟୁ। । ୧୯୭୧ରେ ନାସାର ସୋୟୁଜ ୧୧ ମିଶନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୬୭ର ଆପୋଲୋ ୱାନ ଲଞ୍ଚ ପ୍ୟାଡ ନିଆଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହାକାଶ ସଟଲ ବିପର୍ଯ୍ୟୟରେ ନାସାର ୧୪ ବୈଜ୍ଞାନିକଙ୍କର ହୋଇଥିଲା ମୃତ୍ୟୁ।


ତେବେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ଯଦି ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେଶନରରେ ବା ଲୋ ଆର୍ଥ ଅର୍ବିଟ ମିଶନରେ ହୁଏ କିଛି ଘଣ୍ଟା ଭିତରେ ଏକ କ୍ୟାପ୍ସୁଲ ଭିତରେ ମୃତଦେହ ଭରି ତାହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇଥାଏ। ଯଦି ମୃତ୍ୟୁ ଚନ୍ଦ୍ର ପୃଷ୍ଠରେ ହୁଏ, ତେବେ ମହାକାଶଚାରୀ ଦଳ କିଛି ଦିନ ଭିତରେ ଶବକୁ ନେଇ ପୃଥିବୀ ପୃଷ୍ଠକୁ ଫେରି ଆସନ୍ତି। ଏପରି ଅତର୍କିତ ଓ ଅଚାନକ ଦେଖାଦେଉଥିବା ସ୍ଥିତିର ସାମ୍ନା କରିବାକୁ ପୂର୍ବରୁ ହିଁ ନାସା ପ୍ରସ୍ତୁତ କରିଛି ପ୍ରୋଟୋକଲ ।


ଏଯାବତ୍ ମଙ୍ଗଳକୁ କୌଣସି ମାନବ ଯାତ୍ରା କରିନାହାନ୍ତି। ଆଗାମୀ ୨୦୨୫ରେ ନାସା ମଙ୍ଗଳକୁ ମାନବ ପଠାଇବାର ଯୋଜନା ରଖିଛି। ତେଣୁ ଏଥିପାଇଁ ପ୍ରସ୍ତୁତ ହୋଇଛି ପ୍ରୋଟୋକଲ। ମଙ୍ଗଳ ପୃଷ୍ଠରେ ମହାକାଶରେ ମରଶରୀରର ଦାହ, ସଂସ୍କାର ସମ୍ଭବ ନୁହେଁ। ଏଥିପାଇଁ ଆବଶ୍ୟକ ବହୁ ଅଧିକ ଶକ୍ତି, ଯାହା ଦଳର ଅନ୍ୟ ସଦସ୍ୟଙ୍କୁ ଜୀବିତ ରଖିବାକୁ ଅତ୍ୟନ୍ତ ଜରୁରୀ। ପୋତିବା ମଧ୍ୟ ସେଠାରେ ଅସମ୍ଭବ। କାରଣ ଏପରି କରିବା ଦ୍ୱାରା ଶରରୀରୁ ଉତ୍ପନ୍ନ ଜୀବାଣୁ ମଙ୍ଗଳ ପୃଷ୍ଠକୁ ନଷ୍ଟ କରିଦେଇପାରନ୍ତି।

ତେଣୁ ମଙ୍ଗଳ ଅଭିମୁଖେ ଯାତ୍ରା କାଳରେ ବା ସେଠାରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁହେଲେ ଅନ୍ୟ ମହାକାଶଚାରୀଙ୍କ ପାଇଁ ସମ୍ଭବ ହେବନାହିଁ ୩୦ କୋଟି ପଥ ଫେରିବା । ତେଣୁ ସେହି ଶବକୁ ଏକ ସ୍ୱତନ୍ତ୍ର ବ୍ୟାଗରେ ଭରି ମିଶନ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ସଦସ୍ୟ ସଂରକ୍ଷିତ କରି ରଖିବେ ଓ ଯେତେବେଳେ ପୃଥିବୀ ପୃଷ୍ଠକୁ ଫେରିବେ, ସେହି ସମୟରେ ସେହି ମୃତଦେହର ବ୍ୟାଗ ସାଙ୍ଗରେ ନେଇ ଫେରିବେ। ଅନ୍ତରୀକ୍ଷ ଯାନ ଭିତରର ସ୍ଥିର ତାପମାତ୍ରା ଓ ଆର୍ଦ୍ରାତା ଶବକୁ ସଂରକ୍ଷିତ କରି ରଖିବାରେ ହେବ ସହାୟକ ।

Leave a Reply

Your email address will not be published. Required fields are marked *