ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର ଓ କେନ୍ଦୁଝରର ମିଳନ ସ୍ଥଳୀ ଉଚ୍ଚବାଲି ପଞ୍ଚାୟତର ତୁରା ଠାରେ ପ୍ରତିଷ୍ଠିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ‌। ଆଖପାଖର ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ, ଅଭିଭାବକ,ଶିକ୍ଷାବିତ୍, ବୁଦ୍ଧିଜୀବୀମାନେ ଯୋଗ ଦେଇ, ବିଦ୍ୟାଳୟଟି ରାଜ୍ୟସ୍ତରୀୟ ଓ ବ୍ଲକସ୍ତରରେ କୃତୀ ଛାତ୍ରଛାତ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ କଲ୍ୟାଣ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ।

ଆୟୋଜିତ ସାଧାରଣ ସଭାରେ ଶିକ୍ଷାବିତ୍ ଘନଶ୍ୟାମ ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ ହସ୍ତଶିଳ୍ପ ବୟନଶିଳ୍ପ ମନ୍ତ୍ରୀ ଡ଼ଃ ପ୍ରଦିପ ବଳ ସାମନ୍ତ, ମୁଖ୍ୟବକ୍ତା ଭାବେ ଦାନଗଦି ବିଡ଼ିଓ ପ୍ରଦିପ ସେଠୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଆନନ୍ଦପୁର ଶରତ ରାଉତ,ସମ୍ମାନିତ ଅତିଥି ଭାବେ ଦାନଗଦି ବିଇଓ ଶୁଭ୍ରାଂଶୁ ପୁହାଣ, ଦାନଗଦି ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର ମୋହନ ଜେନା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ରାୟ, ଉପସଭାପତି ଅଧିକାରୀ ନାୟକ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ନିମନ୍ତ୍ରିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ‌।

Leave a Reply

Your email address will not be published. Required fields are marked *