ବିଜେପିର ମାଷ୍ଟରଷ୍ଟ୍ରୋକ, ମହିଳା ମୋର୍ଚ୍ଚାରେ ଆସିବ ନୂଆ ଜୋସ!

ରାଜ୍ୟ ରାଜନୀତିରେ ଏବେ ଜଣେ ଯୁବ ଓ ପ୍ରତିଭାଶାଳୀ ନାରୀ ନେତ୍ରୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ଧରିଛି । ସେ ହେଉଛନ୍ତି କେନ୍ଦ୍ରାପଡ଼ାର ଲୋକପ୍ରିୟ ନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାସ। ଦଳ ପ୍ରତି ତାଙ୍କର ନିଷ୍ଠା ଏବଂ ଗରିବଙ୍କ ସେବା ପାଇଁ ତାଙ୍କୁ ମିଳିଛି ବଡ଼ ସଫଳତା। ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ଏବେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

କେନ୍ଦ୍ରାପଡ଼ାର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ରାଜଲକ୍ଷ୍ମୀଙ୍କର ରହିଛି ବହୁତ ଜନପ୍ରିୟତା। ବିଶେଷ କରି ଅସହାୟ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସେ ସବୁବେଳେ ଆଗରେ ରହିଥାନ୍ତି। ତାଙ୍କର ଏହି ସେବା ମନୋଭାବ ହିଁ ତାଙ୍କୁ ଆଜି ରାଜ୍ୟ ସ୍ତରୀୟ ନେତ୍ରୀ ଭାବେ ଛିଡ଼ା କରିଛି।

ଏହି ନୂତନ ଦାୟିତ୍ୱ ପାଇବା ପରେ ରାଜଲକ୍ଷ୍ମୀ କହିଛନ୍ତି ଯେ , ମୋ ଉପରେ ବିଶ୍ବାସ କରିଥିବାରୁ ମୁଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ , ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି , ମାନ୍ୟବର ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ଆନ୍ତରିକତା ଧନ୍ୟବାଦ ଜଣାଉଛି | ଦଳର ବିଶ୍ବାସକୁ ସମ୍ମାନ ଦେଇ ମୁଁ ନିଷ୍ଠ।ର ସହ କାମ କରିବି |

ରାଜନୈତିକ ସମୀକ୍ଷକଙ୍କ ମତରେ, ରାଜଲକ୍ଷ୍ମୀଙ୍କର ଏହି ନିଯୁକ୍ତି ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ଏକ ନୂତନ ପ୍ରେରଣା ସାଜିବ। ତାଙ୍କର ନିଷ୍ଠାପର ମନଭାବ ତାଙ୍କ ଆଗାମୀ ରାଜନୈତିକ ପଥକୁ ଆହୁରି ସରଳ ଏବଂ ସଫଳ କରିବ ବୋଲି ଜନସାଧାରଣ ମଧ୍ୟରେ ରେ ଆଲୋଚନା ହେଉଛି।