
ଡାକ୍ତର ଶକ୍ତି ଏବଂ ଡାକ୍ତର ଇପ୍ସିତା ସ୍କିନ – ଫର୍ଟିଲିଟୀ ଇନଷ୍ଟିଚ୍ୟୁଟ ପକ୍ଷରୁ ଓଡିଶାର ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ ଦ୍ଵାରା ଏଡେନୋମାୟୋସିଶ ସହ ଜଡିତ ଚିକିତ୍ସା ରେ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ମୁଖ୍ୟ ଡାକ୍ତର ଶକ୍ତି କୁମାର ତ୍ରିପାଠୀ ଏବଂ ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ସୂଚନା ଦେଇଛନ୍ତି । ଏହି ଉପଲବ୍ଧି ସହ ଉକ୍ତ ସଂସ୍ଥା ଓଡ଼ିଶା ରେ ପ୍ରଥମ,ପୂର୍ବ ଭାରତର ପ୍ରଥମ ଏବଂ ସର୍ବ ଭାରତୀୟ ସ୍ତରରେ ଚତୁର୍ଥ ସଂସ୍ଥା ଭାବେ ଏହି ଅତ୍ୟାଧୁନିକ ଓ ମିନିମାଲିଇନ୍ଭାସିଭ ପ୍ରଯୁକ୍ତି ବିଦ୍ୟାର ବିଶେଷ ଚିକିତ୍ସା ଦେଇଥିବା ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।ଏବେ ମାଇକ୍ରୋୱେଭ୍ ଏବଲେଶନ ଏଡେନୋମାୟୋସିଶ ଚିକିତ୍ସା ରେ ଏକ ବିପ୍ଳବାତ୍ମକ ପଦକ୍ଷେପ । ଏହି ଚିକିତ୍ସା ପଦ୍ଧତି ଯନ୍ତ୍ରଣା ହ୍ରାସ କରିବା ସହ ଠିକ ସମୟରେ ଗର୍ଭ ଧାରଣ କ୍ଷମତାକୁ ରକ୍ଷା କରିଥାଏ । ଯାହା ଅନେକ ମହିଳାଙ୍କ ପାଇଁ ନୂଆ ଆଶା ଆଣିଛି । ଓଡ଼ିଶାରେ ଏହି ନୂଆ ଚିକିତ୍ସା ପ୍ରଯୁକ୍ତି ଆରମ୍ଭ କରିପାରୁଥିବାରୁ ଆମେ ଗର୍ବିତ ଓ ଗୌରବାନ୍ଵିତ । ଏହି କାମ ଆମ ଚିକିତ୍ସା ଯାତ୍ରାରେ ଆଉ ଏକ ମାଇଲ ଖୁଣ୍ଟ ବୋଲି ଅନୁଷ୍ଠାନ ର ମୁଖ୍ୟ ତଥା ଫର୍ଟିଲିଟୀ ଏବଂ ଲ୍ୟାପ୍ରୋସ୍କପି ଚିକିତ୍ସକ ଡାକ୍ତର ଶକ୍ତି କୁମାର ତ୍ରିପାଠୀ କହିଥିଲେ । ସେହିପରି ପୂର୍ବପରି ଅନେକ ନୂତନ ଚିକିତ୍ସା ଓ କୌଶଳ ପ୍ରଥମ ଭାବେ ଆରମ୍ଭ କରିଛୁ,ଆମେ ସଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତି କୁ ଅଙ୍ଗୀକାର କରି ନାରି ସ୍ବାସ୍ଥ୍ୟ ସେବା ଦେବାକୁ ପ୍ରତିବଦ୍ଧ ବୋଲି ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ପ୍ରକାଶ କରିଥିଲେ।