ବନ୍ଦକୁ ସମର୍ଥନ କଲେ ବିଜେପି, ବିଜେଡି ଓ କଂଗ୍ରେସ

Congress Party flag

ବରଗଡ ଜିଲ୍ଲା ବରପାଲି ଠାରେ ଆଜି ସ୍ଥାନୀୟ ଓକିଲ ସଂଘ ଆହ୍ବାନ ରେ ଆଜି ବରପାଲି ସ୍ହହର ତଥା 23 ଗୋଟି ପଞ୍ଚାୟତ ସମ୍ପୂର୍ଣ ଆଜି ବନ୍ଦ ହୋଇଛି ରାଜ୍ୟ ସରକାର ପଦ୍ମପୁର କୁ ନୂତନ ଭାବେ ଜିଲ୍ଲା ଘୋଷଣା କରିବାର ଯୋଜନା କରୁଥିବା ବେଳେ ଏକ ଦୈନିକ ଖବର କାଗଜ ରେ ପଦ୍ମପୁର ଜିଲ୍ଲା ସାଙ୍ଗରେ ବରପାଲି କୁ ସାମିଲ କରୁଥିବା ପ୍ରକାଶ ହେବା ପରେ ଆଜି ବରପାଲି ତଥା ସମସ୍ତ ପଞ୍ଚାୟତ କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ଏହି ବନ୍ଦ ପାଳନରେ ସ୍ଥାନୀୟ ବଣିକ ସଙ୍ଘ,ସାମ୍ବାଦିକ ସଙ୍ଘ,ଚାଷୀ ସଂଘଠନ ଓ ବିଭିନ୍ନ ଅନୁଷ୍ଠାନ ମାନ ସାମିଲ ଥିବା ବେଳେ କଂଗ୍ରେସ ,ବିଜେପି,ବିଜୁ ଜନତା ଦଳ ପକ୍ଷରୁ ପୂର୍ଣ୍ଣ ଭାବେ ସମର୍ଥନ କରିଥିବା ବେଳେ ବ୍ଲକ ଅଂଚଳର ବରଗଡ ବଲାଙ୍ଗୀର ରାଜରାସ୍ତା ଚାରବଙ୍ଗଳା ଛକ,କୁସନପୂରି ଛକ ମାନଙ୍କରେ ଓ ସମସ୍ତ ଦୋକାନ ବଜାର,ଯାନବାହାନ ସମ୍ପୂର୍ଣ ବନ୍ଦ ହୋଇଛି।

ଯଦି ବରପାଳିକୁ ପଦ୍ମପୁର ରେ ସାମିଲ କରାଯାଏ ତାହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବା ସହିତ ଭୋଟ ବର୍ଜନ କରିବା ପାଇଁ ବାଧ୍ୟ ହେବୁ ବୋଲି ଆନ୍ଦୋଳନ କାରୀ ମାନେ ରାଜ୍ୟ ସରକାରଙ୍କୁ ଖୁଲମ ଖୁଲ୍ଲା ଚେତାବନୀ ଦେଇଛନ୍ତି।

Comments

One response to “ବନ୍ଦକୁ ସମର୍ଥନ କଲେ ବିଜେପି, ବିଜେଡି ଓ କଂଗ୍ରେସ”

  1. binance "oppna konto Avatar

    Can you be more specific about the content of your article? After reading it, I still have some doubts. Hope you can help me.

Leave a Reply

Your email address will not be published. Required fields are marked *