ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକର ଅନତି ଦୂର ବାଉଁଶମୁଖା ପୋଲ ନିକଟସ୍ଥ ଗଛ ମୂଳରେ ବୃଦ୍ଧଙ୍କ ଗଳିତ ମୃତଦେହ ଠାବ ହୋଇଛି । ସୂଚନାରୁ ପ୍ରକାଶ ସକାଳେ ବିଲକୁ ଜନୈକ ବ୍ୟକ୍ତି କାମ କରିବା ପାଇଁ ଯାଉଥିଲେ। ଯିବା ବାଟରେ ତାଙ୍କ ନାକରେ ଉତ୍କଟ ଗନ୍ଧ ବାଜିଥିଲା। ଦୁର୍ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଦେଖନ୍ତି ତ ସେଠାରେ ଏକ ଗଛ ମୂଳରେ ଏକ ମୃତଦେହ ପଡିରହିଛି। ମୃତଦେହ ପଚିଯାଇଥିଲା। ଖବର ଜଣାପଡିବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ମୃତଦେହକୁ ଦେଖି ଲାଗୁଥିଲା ଯେମିତି ୨-୩ ଦିନ ହେବ ପଡିଥିଲା। ଏହା କୌଣସି ବୃଦ୍ଧଙ୍କ ମୃତଦେହ ହୋଇଥିବା ବେଳେ ସହ ଫୁଲି ଦୁର୍ଗନ୍ଧ ବାହାରୁଥିଲା। ମୃତ ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକର ପରିଚୟ ମିଳିନାହିଁ । ଗଳିତ ମୃତ ଦେହଟି ଫୁଲି ଦୁର୍ଗନ୍ଧ ବାହାରୁଥିବାରୁ ମୃତ ଦେହ ଟି ୩/୪ ଦିନ ତଳର ହୋଇଥିବା ବୋଲି ଅନୁମାନ କରାଯାଉଛି । ବୃଦ୍ଧ କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି।ପଥୋତ୍ସବ ଜରିଆରେ ଯୁବ ଭୋଟରଙ୍କୁ କରାଯାଉଛି ସଚେତନ
ସାଧାରଣ ନିର୍ବାଚନ ପୂର୍ବରୁ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ୧୮ବର୍ଷରେ ପଦାର୍ପଣ କରିବାକୁ ଥିବା ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବ । ଏଥିପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ପଥୋତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟାଳୟରେ ଏକ ପଥୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏକ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଆଶିଷ ଠାକରେ। ପଦଯାତ୍ରା ସହର ପରିକ୍ରମା କରିଥିଲା। ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି ବୁଥ ସଂଖ୍ୟା ମଧ୍ୟ ବଢିଛି। ୧୮ବର୍ଷର ହୁଅନ୍ତୁ କିମ୍ବା ୮୦ ବର୍ଷର ସମସ୍ତଙ୍କ ନାଁ ଭୋଟର ଲିଷ୍ଟରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହିଳା ଓ ଯୁବ ଭୋଟରଙ୍କୁ ତାଲିକାରେ ଯୋଡିବାକୁ ଅଧିକ ଫୋକସ ଦିଆଯାଇଛି। ଯୁବ ଭୋଟରଙ୍କୁ ନିର୍ବାଚନର ଗୁରୁତ୍ବ ବୁଝାଇବା ସହ ଏଥିପ୍ରତି ଆକୃଷ୍ଟ କରିବା ଏପରି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଏହି ପଥୋତ୍ସବରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ୨୦୨୩ ଡିସେମ୍ବର ୯ ଯାଏଁ ଭୋଟର ଆବେଦନ କରି ପାରିବେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ ଓ ଅଫ ଲାଇନରେ ହୋଇପାରିବ ଆବେଦନ । ଅଧିକ ସହାୟତା ପାଇଁ ୧୯୫୦ ଟୋଲ ଫ୍ରୀ ନମ୍ବରରେ କଲ କରିହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନ ଓ ଅଲାଇନରେ ଆବେଦନର ବ୍ୟବସ୍ଥା ହୋଇଛି । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ- ୭ରେ ନାମ ଯୋଗ ଓ ବିଯୋଗ କରିହେବ । ସେହିପରି ଫର୍ମ-୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି ।