ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ

ଯାଜପୁର : ଆସନ୍ତା ଫେବୃଆରୀ ୮ ତାରିଖ ଦିନ ଯାଜପୁର ଗସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସେଦିନ ୧୧ ଟା ସମୟରେ ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ବ୍ୟାସନଗରର ବ୍ୟାସ ସରୋବରରେ ପହଞ୍ଚିବେ। ସେଠାରେ ବ୍ୟାସ ସରୋବର ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଲି ମାଧ୍ୟମରେ ବ୍ୟାସନଗର ଟାଉନ ହଲ ରେ ପହଂଚି ଟାଉନ ହଲର ଶୁଭ ଉଦ୍ଘାଟନ କରିବେ। ୩ୟରେ ବ୍ୟାସନଗର ଚାନ୍ଦାମା ପଡିଆରେ ପହଂଚି ସଭାରେ ଯୋଗଦେଇ ମହିଳା ହିତାଧିକାରୀ ମାନଙ୍କୁ ସୁଭଦ୍ରା ରାଶି ପ୍ରଦାନ କରିବେ। ପରିଶେଷରେ ସଠିପୁର ଠାରେ ସାଇଁସ ପାର୍କର ଉଦ୍ଘାଟନ ,ମେଡ଼ିକାଲ କଲେଜ ଉଦ୍ଘାଟନ ଓ ପରେ ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *