ବଢୁଛି ଚୋରି ଆସ୍ଥା ହରାଉଛି ପୋଲିସ | କେନ୍ଦୁଝର ଜିଲ୍ଲାର ଉପାନ୍ତ ଚମ୍ପୁଆରେ ଏବେ ଚୋରି ରାହାଜାନୀ ବୣଦ୍ଧି ପାଇଥିବା ବେଳେ ଦିନକୁ ଦିନ ଅସୁରକ୍ଷିତ ହୋଇସାରିଛି ସାଧାରଣ ଜନତାଙ୍କର ଧନଜୀବନ | ଚୋରି ରୋକିବାରେ କିମ୍ବା ଚୋର ଧରିବାରେ ଚମ୍ପୁଆ ପୋଲିସ ସମ୍ପୂର୍ଣ୍ଣ ବିଫଳ ହେଉଥିବାରୁ ପୋଲିସ ମଧ୍ୟ ଲୋକଙ୍କ ଭରସା ହରାଇ ସାରିଛି |


ଏପଟେ ଦିନ ଦ୍ଵିପ୍ରହରରେ ଚୋରି କରି ଚୋର ପୋଲିସକୁ ଖୋଲା ଚାଲେଞ୍ଜ ମଧ୍ୟ ଦେଉଛନ୍ତି | ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟ ପରିସରରୁ ଜଣେ ଓକିଲଙ୍କ ବାଇକ ଚୋରି ହେବା ଘଟଣା ଏବେ ଚମ୍ପୁଆରେ ଚୋରଙ୍କ ମନୋବଳକୁ ବୣଦ୍ଧି କରିଥିବା ଆଲୋଚନା ହେଉଛି |
ଗତକାଲି ଚମ୍ପୁଆର ଯୁବ ଓକିଲ ସଞ୍ଜୟ ଗିରି ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟକୁ ଆସିଥିଲେ |
ନିଜର ପଲସର ବାଇକଟିକୁ କାର୍ଯ୍ୟାଳୟ ବାହାରେ ରଖି ସମ୍ମିଳନୀରେ ଅଂଶଗ୍ରହଣ କରି ବାହାରକୁ ଆସିବା ବେଳେ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ |
ଏ ନେଇ ଚମ୍ପୁଆ ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ମଧ୍ୟ ଘଟଣା ଘଟିବାର ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଚୋରି ସାମଗ୍ରୀ କିମ୍ବା ଚୋରର କୌଣସି ସୁରାକ ପାଇ ପାରିନାହିଁ |