ପ୍ରେମିକଙ୍କୁ ନିଜ ଜୀବନରେ ରଖିବା ପାଇଁ କଳାଯାଦୁର ସହାୟ ନେଉଥିଲେ ମହିଳା

ପ୍ରେମ ପାଇଁ ଲୋକ ବଡ଼ରୁ ବଡ଼ କାମ କରିବାକୁ ପଛାଇନଥାନ୍ତି। ପାକିସ୍ତାନୀ ସୀମା ହାଇଦର ଓ ଭାରତୀୟ ମହିଳା ଅଞ୍ଜୁ ଏକଥାର ବଡ଼ ଉଦାହରଣ। ସେମାନେ ତ ପ୍ରେମ ପାଇଁ ନିଜ ଦେଶ ପାର୍ କରି ପରଦେଶ ଯିବାକୁ ବି ପଛାଇ ନାହାନ୍ତି। ନିଜ ପ୍ରେମକୁ ମଜବୁତ୍ କରିବା ପାଇଁ ଜଣେ ଚୀନୀ ମହିଳାଙ୍କ କାରନାମା ଏବେ ସାମ୍ନାକୁ ଆସିଛି। ମହିଳା ଜଣକ ତାଙ୍କ ସାଥୀକୁ ଖୁସି ରଖିବା ପାଇଁ ନିଜ ଅଫିସରୁ ୭ କୋଟିରୁ ଅଧିକ ଟଙ୍କା ଚୋରି କରିଥିବା ପରି ମାମଲା ସାମ୍ନାକୁ ଆସିଛି। ସେହି ଚୋରି ଟଙ୍କାରେ ସେ ସାଥୀଙ୍କୁ ବିଭିନ୍ନ ଜିନିଷ ଦେଇ ଖୁସି କରାଉଥିଲେ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟ (ଏସ୍ସିଏମ୍ପି) ଅନୁଯାୟୀ, ଉତ୍ତର-ପୂର୍ବ ଚୀନ୍ର ଲିଆଓନିଂ ପ୍ରଦେଶର ୱାଙ୍ଗ ତାଙ୍କ ଅଫିସ୍ ମାଲିକଙ୍କ ଟଙ୍କା ଲୁଟି ନେଇଥିବାର ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏହି ଦୋଷ ପାଇଁ ସେ କେଉଁ ଦଣ୍ଡର ସମ୍ମୁଖୀନ ହେବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ହେଲେ ଷ୍ଟାର ଭିଡିଓରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହିଳା କୁହନ୍ତି ସେ ଯାହା କରିଛନ୍ତି ଭଲ କରିଛନ୍ତି। ଏପରି କରିବା ଦ୍ବାରା ତାଙ୍କୁ ଲାଭ ମିଳିଛି।

ଘଟଣାର ତଦନ୍ତ ବେଳେ ଅଧିକାରୀମାନେ ଚୋରି ହୋଇଥିବା ଟଙ୍କା ସହିତ କିଣାଯାଇଥିବା ଅନେକ ଡିଜାଇନର୍ ବ୍ୟାଗ୍ ଏବଂ ପୋଷାକ ମଧ୍ୟ ଜବତ କରିଛନ୍ତି। ଏସ୍ସିଏମ୍ପି ଆହୁରି ବି ପ୍ରକାଶ କରିଛି ଯେ ୱାଙ୍ଗ ମାର୍ଚ୍ଚ ୨୦୧୮ ମସିହାରୁ କମ୍ପାନିର ଟଙ୍କା ହେର୍ଫେର୍ କରିବା ଆରମ୍ଭ କରିଦେଇଥିଲେ।

ସେତେବେଳେ ସେ ନିଜ ପ୍ରେମିକଙ୍କୁ ତାଙ୍କ ଜୀବନରେ ରଖିବାକୁ ଚାହୁଁଥିବାରୁ ଏପରି କରିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, ମହିଳା କଳାଯାଦୁରେ ବି ବିଶ୍ବାସ କରୁଥିଲେ। ପ୍ରେମିକଙ୍କୁ ନିଜ ଜୀବନରେ ରଖିବା ପାଇଁ ସେ କଳାଯାଦୁର ବି ସହାୟ ନେଇଥିଲେ।

Leave a Reply

Your email address will not be published. Required fields are marked *