ଯୁଗ ଯୁଗାନ୍ତର ଏହି ବାବା ବଳା ଶଙ୍କରଙ୍କ ଶୈବପୀଠ। ସ୍ରୋତସ୍ଵିନୀ ଧାରାରେ ବହି ଆସୁଛି ବଂଶଧାରା, ପଲପଲିଆ, ଚାଉଳଦୁଆଁ ଏହି ୩ ନଦୀ। ତେଣୁ ଏହାକୁ ତ୍ରିବେଣୀ ସଙ୍ଗମ ବାବା ବଲେନାଥଙ୍କ ପ୍ରସିଦ୍ଧ ଶୈବପୀଠ ବୋଲି ମଧ୍ୟ କୁହାଯାଏ। ଏହି ଭଳି ଏକ ଶୈବପୀଠ ରହିଛି ବହୁ ପରିଚିତ ଶ୍ରୀ ମିନାଝୋଲା ବାବା ମହାଦେବଙ୍କ ଶୈବପୀଠ।















ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଶ୍ରୀ ମିନାଝୋଲା ଶୈବପୀଠ ହେଉଛି ବହୁ ପୂରାତନ ଶୈବପୀଠ। ଅନନ୍ତ କାଳରୁ ଦେବ ଦେବ ମହାଦେବ,ବାବା ବଲେନାଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଖରୁ ପୂଜା ପାଇଆସୁଛନ୍ତି। ଆମ ରାଜ୍ୟ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏଭଳି ବିଭିନ୍ନ ରାଜ୍ୟରୁ ଭକ୍ତଙ୍କ ଭିଡ଼ ସମାଗମ ମଧ୍ୟ ବେଶ୍ ଦେଖିବାକୁ ମିଳେ। ଏହି ପୂରାତନ ଶୈବପୀଠକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼େଇ ଆଗକୁ ଆଣିଛି ଚନ୍ଦ୍ରପୁର ପ୍ରେସ କ୍ଲବ୍। ସେନେଇ ଆଜି ତ୍ରିବେଣୀ ସଙ୍ଗମ ଶୈବପୀଠ ଠାରେ ମହା ଶିବରାତ୍ରି ଉପଲକ୍ଷେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ତୃତୀୟ ତ୍ରିବେଣୀ ମହୋତ୍ସବ।
ଚନ୍ଦ୍ରପୁର ପ୍ରେସ କ୍ଲବ୍ ତରଫରୁ ଏକ ମହତ୍ୱ ଜନ କଲ୍ୟାଣ ପାଇଁ ସଚେତନ ଦେବା ସହ ଭକ୍ତଙ୍କ ପାଇଁ ଭଜନର ମଧ୍ୟ ଆୟୋଜନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆୟୋଜନ ବାବା ଜନକା ନନ୍ଦ ଜନ କଲ୍ଯାଣ ଆଶ୍ରମ ଠାରେ ଅନୁଷ୍ଠିତ କରାଯାଇଛି। ବାବା ବଲେନାଥଙ୍କ ଦର୍ଶନ ପାଇ ମଜା ନେଉଛନ୍ତି ଶହ ଶହ ଭକ୍ତ ତୃତୀୟ ତ୍ରିବେଣୀ ମହୋତ୍ସବ କାର୍ଯ୍ୟକ୍ରମ ଠାରେ। ଏହି ଅବସରରେ ଏଠାରେ ମହା ଶିବରାତ୍ରି ଠାରୁ ୭ ଦିନ ଧରି ଜାଗର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ଭଜନ ତର୍ପଣ ସନ୍ଧ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ସବୁଦିନ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଛି।
ପୁରୀରୁ ଆସିଥିବା ଅବଢ଼ା ପ୍ରସାଦ ଭୋଗ ମଧ୍ୟ ଆସିଥିବା ଭକ୍ତ ମାନଙ୍କୁ ଦିଆଯାଉଛି। ଐତିହାସିକ ଶ୍ରୀ ମିନାଝୋଲା ତ୍ରିବେଣୀ ସଙ୍ଗମ ଶୈବପୀଠ ନୀଳକଣ୍ଠେଶ୍ଵର ନଦୀ ଭିତରେ ଭୋଳାବାବାଙ୍କୁ ଦର୍ଶନ କଲେ ମନ ପ୍ରସନ୍ନ ହୋଇଥାଏ ବୋଲି ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଠାରେ ଶୁଣିବାକୁ ମିଳୁଛି। ମହାଶିବରାତ୍ରି ନୁହେଁ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଦର୍ଶନ କରିବାକୁ ବହୁତ ଭଲଲାଗେ ବୋଲି ବହୁ ପରିଚିତ ଶ୍ରୀ ମିନାଝୋଲା ଶୈବପୀଠ।