
ପୋଖରୀରେ ବୁଡ଼ି ୩ଶିଶୁଙ୍କ ଶୋଚନୀୟ ମୃତ୍ୟୁ I କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ୩ଶିଶୁଙ୍କର ମୃତ୍ୟୁ ହୋଇଛି l ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହି ସାହି ଅଙ୍ଗନୱାଡ଼ିଂ କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ୩ଜଣ ଶିଶୁ ଆସି ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ l ସ୍ଥାନୀୟ ଲୋକ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଶିଶୁ ସାଢେ଼ ତିନି ବର୍ଷୀୟ ଲିପ୍ସା ପାତ୍ର, ପାୟଲ ପାତ୍ର (୪),ଭାରତୀ ପାତ୍ର ୪ ହୋଇଥିବା ଜଣା ପଡ଼ିଛି l