ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇଙ୍କର ଜନ୍ମଦିନ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମହାସମାରୋହରେ ପାଳିତ ହୋଇଯାଇଛି ।
ବହୁଆନନ୍ଦ ଉଲ୍ଲାସର ସହ ତାଙ୍କର ୫୩ତମ ଜନ୍ମଦିନରେ ବିଜୁ ଜନତା ଦଳ ଦାନଗଦୀ ବ୍ଲକର ସମସ୍ତ ନେତୃମଣ୍ଡଳୀ ଓ କର୍ମୀମାନେ ବିଭିନ୍ନ ସେବା କାର୍ଯ୍ୟ କରିବା ସହ ତାଙ୍କର ଶୁଭ କାମନା କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଖପୁରା ପଞ୍ଚାୟତ ବାଳୁଙ୍ଗାବନ୍ଦୀ ସ୍ଥିତ ବଗେଇ ମହାଦେବ ଠାରେ ପୂର୍ବତନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାନଗଦି ବ୍ଳକର କର୍ମୀ ପୂଜାର୍ଚ୍ଚନା ସହ ଦୀର୍ଘାୟୁ କାମନା ସହ ତାଙ୍କର ରାଜନୈତିକ ଭବିଷ୍ୟତର ଉଜ୍ଜ୍ୱଳ କାମନା କରିଥିଲେ ।
ଏହି ଅବସରରେ “ଆମ ଡାନି ଭାଇ” ଅଡିଓ କ୍ୟାସେଟର ଉନ୍ମୋଚନ ହୋଇଥିଲା ।

ପରେ ମଙ୍ଗଳପୁର ସ୍ଥିତ ଅର୍ଣ୍ଣପୁର୍ଣ୍ଣା ଚାଇଲଡ କେୟାରରେ ଶୁଖିଲା ଖାଦ୍ୟ,ମିଷ୍ଟାନ୍ନ ସାଙ୍ଗକୁ ଫଳ ଓ କେକ କାଟି ଶିଶୁଙ୍କ ସହିତ ପାଳନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ, ୮ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସ୍ମୃତିରାଣୀ ରାଉତ,୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ ,ବ୍ଳକ ସଭାପତି ସୁରେଶ ଦାଶ,ଲୋକନାଥ ଧୀର,ଜଗନ୍ନାଥ ଧୀର, ଧର୍ମେନ୍ଦ୍ର ଜେନାଙ୍କ ସହ ବହୁ ଆଗ ଧାଡିର କର୍ମୀ ଉପସ୍ଥିତ ଥିଲେ।