ଶାରଦୀୟ ଦୁର୍ଗା ପୂଜାରେ ଶ୍ରୀକ୍ଷେତ୍ର ପୁରୀରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଆଉ ଏହି ସମୟରେ ବିଭିନ୍ନ ସାହି ମାନଙ୍କରେ ମା’ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରତିମା ସହ ବିରାଟକାୟ ନାଗା ମୂର୍ତ୍ତି ପୂଜା କରିବାର ପରମ୍ପରା ରହିଛି । ଶହଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ବିରତ୍ୱର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ପୂଜା କରାଯାଏ । ଶହ ଶହ ବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ରେ ବେଶ ଜାକଜକମରେ ନାଗା ମୂର୍ତ୍ତି ପୂଜା କରାଯାଉଛି ।
ନାଗା ମୂର୍ତ୍ତି ଗୁଡିକୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ସମେତ ୧୬ ପ୍ରକାର ର ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ୱାରା ସଜ୍ଜିତ କରାଯାଇଥାଏ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି । ଦେବୀ ଦୁର୍ଗା ଙ୍କ ଭଳି ନାଗା ମୂର୍ତ୍ତି ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ପୂଜା କରାଯାଏ । ଶାରଦୀୟ ଦୁର୍ଗାପୂଜା ରେ ନାଗା ଙ୍କୁ ଶକ୍ତି ର ପ୍ରତୀକ ଭାବେ ଏଠାରେ ପୂଜା କରାଯାଏ । ତେବେ ଶ୍ରୀକ୍ଷେତ୍ର କୁ ଛାଡି ଦେଲେ ନାଗା ମୂର୍ତ୍ତି ପୂଜା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ରେ ଦେବୀ ଙ୍କୁ ତଥା ନାରୀ ଶକ୍ତି ଙ୍କୁ ପୂଜା କରାଯାଏ ।
ହେଲେ ଶ୍ରୀକ୍ଷେତ୍ର ର ପରମ୍ପରା ନିଆରା । ଏଠାରେ ଦେବୀ ତଥା ନାରୀ ଶକ୍ତି ଙ୍କ ଉପାସନା ସହିତ ବିରତ୍ବ ର ପ୍ରତୀକ ଭାବେ ନାଗା ମୂର୍ତ୍ତି କୁ ପୂଜା କରାଯାଏ । ଦେବୀ ଦୁର୍ଗା ଙ୍କ ପୂଜା ଭଳି ନାଗା ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ରେ ପୂଜା କରାଯାଏ। ଏକାଦଶୀ ରେ ବିସର୍ଜନ କରାଯାଇଥାଏ।