ପୁରୀ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର ମାନେ | ଏଭଳି ଘଟଣା ପୁରୀ ପୋଲିସର ନଜରକୁ ଆସିଛି | ପୁରୀର ଅନେକ ଟୁର୍ ଏବଂ ଟ୍ରାଭେଲ୍ ଏଜେନ୍ସି କୌଣସି ପଞ୍ଜିକରଣ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ନିୟମ ପାଳନ ବିନା କାର୍ଯ୍ୟ କରୁଛନ୍ତି ।
ତେଣୁ, ପୁରୀର ଡିଆଇଜି ତଥା ଏସପିଙ୍କ ନିର୍ଦ୍ଦେଶରେ, ଯାଞ୍ଚ ପାଇଁ ଅଣପଞ୍ଜିକୃତ ଟୁର୍ ଏବଂ ଟ୍ରାଭେଲ୍ ଅପରେଟରମାନଙ୍କ ବିରୁଦ୍ଧରେ ସହର ବ୍ୟାପୀ ଚଢାଉ ଚାଲିଛି ।
ଏହି ଅଭିଯାନର ନେତୃତ୍ୱ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୮ଜଣ ଇନ୍ସପେକ୍ଟର (ଆଇଆଇସି), ୨୦ ଜଣ ଅଧିକାରୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସଙ୍କୁ ନେଇ ଗଠିତ ଏକ ଦଳ ନେଇଛି । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।