ନିର୍ଦ୍ଦେଶକ ଅମିତ ଜାନୀଙ୍କୁ ଧମକ

ପ୍ରେମିକ ସଚିନଙ୍କ ସହ ଜୀବନ କାଟିବାକୁ ନିଜ ଦେଶ ଛାଡ଼ି ଭାରତ ପଳାଇ ଆସିଥିବା ସୀମାଙ୍କୁ ନିକଟ ଅତୀତରେ ଭାରତୀୟ ସିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀ ଫିଲ୍ମ ପାଇଁ ଅଫର୍‌ ଦେଇଥିବା କଥା ଆପଣ ଜ‌ାଣନ୍ତି। ସେ ସୀମାଙ୍କୁ ଫିଲ୍ମ ଅଫର୍‌ ଦେବା ପରେ କେହି କେହି ତାଙ୍କୁ ଦେଶଦ୍ରୋହୀ ତ ପୁଣି କେହି ତାଙ୍କୁ ହିନ୍ଦୁ, ମୁସ୍‌ଲମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟିକାରୀ ବୋଲି କହି ଅଭିଯୋଗ ଆଣିଥିଲେ। ସେ କେବଳ ସୀମାଙ୍କୁ ଫିଲ୍ମ ଅଫର୍‌ ନୁହେଁ, ବରଂ ତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘କରାଚି ଟୁ ମୁମ୍ବାଇ’ ଫିଲ୍ମ ନିର୍ମାଣ କରିବାକୁ ବି ଘୋଷଣା କରିଥିଲେ। ଏବେ ଏକ ବଡ଼ ଅଡୁଆରେ ଫସିଛନ୍ତି ଅମିତ ଜାନୀ। ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଭିଷେକ ସୋମ ନିର୍ଦ୍ଦେଶକ ଜାନୀଙ୍କୁ ଚେତାବନୀ ଦେଇଥିବା ବେଳେ ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ବି ଅମିତ ଜାନୀଙ୍କୁ ଚେତାବନୀ ଦେଇଛି। ଏମ୍‌ଏନ୍‌ଏସ୍‌ ନେତା ଅମୟ ଖୋପକର ତ‌ାଙ୍କୁ ଧମକ ଦେଇ ଏକ ଏକ୍ସ(ପୂର୍ବରୁ ଟ୍ବିଟର୍‌) ପୋଷ୍ଟ୍‌ ଜରିଆରେ କହିଛନ୍ତି, ‘ଆମେ ଆମର ଏହି ନିଷ୍ପତ୍ତିରେ କାଏମ ଅଛୁ ଯେ କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଫିଲ୍ମରେ କାମ କରିବାକୁ ଦିଆଯିବ ନାହିଁ। ସୀମା ହାଇଦର୍‌ ଜଣେ ପାକିସ୍ତାନୀ। ଆମ ନିକଟରେ ଖବର ରହିଛି ଯେ ସେ ଆଇଏସ୍‌ଆଇ ଏଜେଣ୍ଟ୍‌। ଲୋକପ୍ରିୟତା ପାଇଁ ତାଙ୍କୁ ନେଇ ସିନେମା ଶିଳ୍ପରେ ବେପାର କରୁଥିବା କଳାକାରମାନଙ୍କୁ ଲାଜ ଲାଗିବା ଉଚିତ।’ କେବଳ ଏତିକି ନୁହେଁ, ଅମିତ ଜାନୀ ତାଙ୍କ ନିଷ୍ପତ୍ତିରୁ ନ ଓହରିଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଏନ୍‌ଏସ୍‌ ଧମକ ଦେଇଛି।

Leave a Reply

Your email address will not be published. Required fields are marked *