ନଳିନୀକାନ୍ତ ନାୟକ ରାଜ୍ୟ କଂଗ୍ରେସର ମୁଖପାତ୍ର ନିଯୁକ୍ତ

ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ପୱନ୍ ଖେରା ଜୁଲାଇ ୯ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟି ଗଠନ କରିଛନ୍ତି | ଏହି କମିଟିରେ ମୁଖପାତ୍ର ଭାବେ କଂଗ୍ରେସର ଆଗ ଧାଡ଼ିର ଯୁବ ନେତା ନଳିନୀକାନ୍ତ ନାୟକଙ୍କୁ ନିଯୁକ୍ତି ମିଳିଛି | ଶ୍ରୀ ନାୟକ ବର୍ତ୍ତମାନ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟରତ | ପୂର୍ବରୁ ଶ୍ରୀ ନାୟକ ମଧ୍ୟ ପାନେଲିଷ୍ଟ ଓ ମୁଖପାତ୍ର ଭାବେ ଗଣମାଧ୍ୟମରେ ସଠିକ୍ ତଥ୍ୟ ଉପସ୍ଥାପନା କରି ନିଜର ନେତୃତ୍ବର ପରାକାଷ୍ଠା ଦେଖାଇ ସାରିଛନ୍ତି |

ନିଯୁକ୍ତି ମିଳିବା ପରେ ନଳିନୀକାନ୍ତ ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୱନ ଖେରା, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗେସ ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡ଼ାମ୍, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି | ଶ୍ରୀ ନାୟକଙ୍କୁ ନିଯୁକ୍ତି ମିଳିବା ପରେ ସାରା ରାଜ୍ୟରୁ ବିଶେଷ କରି କାକଟପୁର ଅଞ୍ଚଳରୁ ଶୁଭେଚ୍ଛା ମିଳିବାରେ ଲାଗିଛି |