ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୪ ମୃତ, ଶତାଧିକ ଆହତ

ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ନର୍ଥ ଇଷ୍ଟ ଟ୍ରେନ। ବିହାରର ବକ୍ସର ରଘୁନାଥପୁର ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି। ୨୩ଟି କୋଚ ଥିବା ୧୨,୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଗୁଆହାଟୀରୁ ପାଖାପାଖି ୬ କିମି ଦୂର କାମକ୍ଷା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଲାଇନ୍ଚୁ୍ୟତ ହୋଇ ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *