ନରେନ୍ଦ୍ର ମୋଦିଙ୍କ ବଡ ଅପିଲ୍: ଇନ୍ଧନ ସଞ୍ଚୟ କରନ୍ତୁ, ଖର୍ଚ୍ଚ କମାନ୍ତୁ

ଦେଶରେ ପଡିବ ଆର୍ଥିକ ଅଭାବ ଏ ନେଇ ପ୍ରଧାନ ମନ୍ତ୍ରୀଙ୍କ ବଡ ଅପିଲ୍ । ଏସିଆ ସଂକଟକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇନ୍ଧନ ସଞ୍ଚୟ କରିବା ଓ ଖର୍ଚ କମେଇବାକୁ ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ ଏହି ସଙ୍କଟର ପ୍ରଭାବରେ ବିଶ୍ବ ତେଲ ଓ ସପ୍ଲାଇ ଚେନ ପ୍ରଭାବିତ ହେଉଛି ଯାହା ଦେଶରେ ଆର୍ଥିକ ଚାପ ପକାଇ ପାରେ । ପ୍ରଧାନ ମନ୍ତ୍ରୀଙ୍କ କିଛି ମୁଖ୍ୟ ଅପିଲ ସୁନା କିଣା ପଛକୁ ରଖିବା, ଅନାବଶ୍ୟକ ବିଦେଶ ଯାତ୍ରା ବନ୍ଦ କରିବା,ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା କରପୁଲ ଓ ପବ୍ଲିକ ଟ୍ରାନ୍ସ ପୋର୍ଟ ବ୍ୟବହାର ଆଇଟି ଶିଳ୍ପ ସଂଗଠନ NITES ଶ୍ରମ ମନ୍ତ୍ରଣାଳୟକୁ ଚିଠି ଲେଖି IT ଓ ITES କ୍ଷେତ୍ରରେ ‘ୱାର୍କ ଫ୍ରମ୍ ହୋମ୍’ ବାଧ୍ୟତାମୂଳକ କରିବାକୁ ଦାବି କରିଥିବା କଥା ସେ କହିଛନ୍ତି ।

ମୋଦୀ ଆହୁରି କହିଛନ୍ତି ଯେ ଯେପରି ଆମେ ଏକାଠି କୋଭିଡ୍ ଚ୍ୟାଲେଞ୍ଜର ସାମ୍ନା କରିଥିଲୁ, ସେହିପରି ଆମେ ନିଶ୍ଚିତ ଭାବରେ ଏହି ସଙ୍କଟକୁ ମଧ୍ୟ ପରାସ୍ତ କରିପାରିବା । ଯେତେବେଳେ ଦେଶ ଯୁଦ୍ଧ କିମ୍ବା କୌଣସି ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି, ସରକାରଙ୍କ ଅନୁରୋଧରେ ପ୍ରତ୍ୟେକ ନାଗରିକ ସେମାନଙ୍କର ଦାୟିତ୍ୱ ପୂରଣ କରିଛନ୍ତି । ଆଜି ମଧ୍ୟ ଆମ ସମସ୍ତଙ୍କୁ ଏକାଠି ହୋଇ ଆମର ଦାୟିତ୍ୱ ପୂରଣ କରିବାକୁ ହେବ ବୋଲି ସେ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି ।