ଧାମରା ସି-ବିଚର ପ୍ରାଥମିକ ତଦନ୍ତ ଓ କ୍ଷେତ୍ରୀୟ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲା ପାଳ ଓ ୟୁକ ଟୁରିଜିମ ଟିମ

ଭଦ୍ରକ ଜିଲ୍ଲା ଧାମରା ଉପକୁଳ ହେବ ଟୁରିଜିମ ସି ବିଚ। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ତତ୍ବାବଧାନରେ ୟୁକ ଟୁରିଜିମର ଏକ ଟିମ କ୍ଷେତ୍ରିୟ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଚନ୍ଦୀନି ପାଳର ସୁଦିର୍ଘ ବେଳାଭୂମିର ସ୍ଥିତାବସ୍ଥା ଏବଂ ଜବରଦଖଲ ହୋଇଥିବା ଜମିର ପୁନରୁଦ୍ଧାର ତୁରନ୍ତ ପ୍ରକ୍ରିୟା ଚାଲୁକରିବା ପାଇଁ ଏକ ସର୍ଭେକ୍ଷଣିୟ ଟିମ ପ୍ରସ୍ତୁତି କରାଯାଇଛି।

ଯଥାଶିଘ୍ର ଏହିଟିମ ବେଳା ଭୂମିର ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ଏନେଇ ଏକ ସର୍ବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି। ଏ ନେଇ ଖୁବଶୀଘ୍ର ଏକ ଧାମରା ବେଳାଭୂମି ପାଇଁ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ହେବ ବୋଲି ମତପ୍ରକାଶ ପାଇଛି।ଧାମରା ମୁହାଣ ନିକଟକୁ ଲାଗିରହିଥିବା ସୁଖୁଆ ଖଳା,ବନି ଜଙ୍ଗଲ,କନିକା ବାଲି,ବାବୁ ବାଲି, ଉଡା ବାଲି ,କାଳୀ ଭଞ୍ଜରିଆଜଙ୍ଗଲ, ଧାମରା ଫିସିଙ୍ଗ ହାରବର ଏହି ସବୁ ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ର ବେଳାଭୂମି ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।