ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ

କେନ୍ଦୁଝର ଜିଲ୍ଲାରେ ଥମୁନି ଚୋରା ମହୁଲି ମଦ କାରବାର। ପୁଣି ଚଢଉ କରି ଅବକାରୀ ପୋଲିସ ହଜାର ଲିଟର ମହୁଲ ପୋଚ ନଷ୍ଟ କରିବା ସହ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ବନ୍ଧୁଆବେଡାରେ ଦେଶୀ ମଦ କୁଟୀର ଶିଳ୍ପରେ ପରିଣତ ହୋଇଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଏସ୍ ପି ଓ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ବନ୍ଧୁଆବେଡ଼ା ଅଞ୍ଚଳରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଥିଲା । ସେଠାରେ ଥିବା ୧୦୦୦ ଲିଟରରୁ ଅଧିକ ମହୁଲି ପୋଚ ନଷ୍ଟ କରିବା ସହିତ ୬୦ ଟି ୨ ଶହ ଲିଟରିଆ ଡ୍ରମ୍, ଗୁଡ଼ ପ୍ୟାକେଟ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ଚମ୍ପୁଆ, ଯୋଡ଼ା ଏବଂ ବଡ଼ବିଲର ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଚୋରା ଦେଶୀ ମଦ ଭାଟିଗୁଡ଼ିକ ଉପରେ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ କହିଛି ।

ଏଠାରେ କହି ରଖୁଛୁ କି, ଗତ ୫ ତାରିଖରେ ବାମେବାରୀ ଥାନା ଅଧୀନ ବନ୍ଧୁଆବେଡ଼ାରୁ ସ୍କୋର୍ପିଓରେ ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଚଢାଉ କରି ସ୍କୋର୍ପିଓ ସହ ୨ଶହ ୪୦ ଲିଟର ମହୁଲ ମଦ ଜବତ୍ କରିଥିଲା। ଏଥିସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *