ଦଣ୍ଡମୁକ୍ତ ସ୍କୁଲରେ ଛାତ୍ରଙ୍କୁ ଲାଠି ମାଡ଼! ପ୍ରଧାନଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପିଏମ୍ ପି କେ.ଏ.ସରକାରୀ ଉଚ୍ଚ ବିଦ୍ୟାଳୟ ଖଇରପାଲି ସ୍କୁଲର ଛାତ୍ର ଅମରକ୍ରାନ୍ତି ମେହେରଙ୍କୁ ସ୍କୁଲର ପ୍ରଧାନଶିକ୍ଷକ କୌଣସି କାରଣ ନଥାଇ ଲାଠିରେ ମାଡ଼ ମାରିଥିବା ସହ ମାନସିକ ଓ ସାରରିକ ନିର୍ଯାତନା ଦେଇଛନ୍ତି |ଛାତ୍ରଛାତ୍ରିଙ୍କୁ ଅଭିଭାବକମାନେ ଏହାକୁ ନେଇ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ମଧ୍ୟ ଅଭିଯୋଗ ଫର୍ଦ ଦାଖଲ କରିଛନ୍ତି |

ସରକାର ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିଲେ ମଧ୍ୟ ସରକାରୀ ନିର୍ଦେଶକୁ ବେଖାତିର କରି ସ୍କୁଲର ପ୍ରଧାନଶିକ୍ଷକ ଏଭଳି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଛନ୍ତି | ଏବଂ ଟିସି ଦେବାକୁ ଧମକ ଦେଉଛନ୍ତି | ତେଣୁ ଅଭିଭାବକ ମାନେ ତୁରନ୍ତ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି |