ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

+2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ୬୦୦ ରୁ ସମୁଦାୟ ୫୪୧ ନମ୍ବର ରଖି ଟପ୍ପର ହୋଇଛନ୍ତି । +2 ବିଜ୍ଞାନରେ ୨୬୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୭ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ୱିତୀୟ ଶ୍ରେଣୀ, b ୨୧ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଭାଗ୍ୟଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।