କୋରାପୁଟରେ ପ୍ରଥମ ଥର ପାଇଁ ସୁନାବେଡା ହାଲ ସହରାଞ୍ଚଳରେ ଥିବା ଭିଏସବି ବିଦ୍ୟାଳୟୁକୁ ଡ଼ିଏଭି ନିଜ ଆୟତକୁ ନେଇଛି । ଡ଼ିଏଭି ବିଦ୍ୟାଳୟକୁ ଆଜି ନୂତନ ଭାବେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଲର (ଇ.ଡି)ନିର୍ବାହୀ ନିର୍ଦେଶକ ସୁଧାଂଶୁ ମୋହନ ଜେନା, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥି ,ଏଆରଓ ଇପ୍ସିତା ଦାସ, ଡ଼ିଏବି ର,ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ,ଚିଫ ମେନେଜର ଅମ୍ରିତା ନାୟକ,ସମ୍ପାଦକ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ଶୁଭାରମ୍ଭରେ ଭାରତୀୟ ସଂସ୍କୃତିରେ ଆର୍ଯ୍ୟ ସମାଜର ସଂସ୍କୃତ ପରମ୍ପରାରେ ହୋମ , ଯଜ୍ଞ, ବେଦ ମନ୍ତ୍ରରେ ପୂଜାର୍ଚନା ହାଇଥିଲା । ଗୁଣାତ୍ମକ ଶିକ୍ଷାକୁ ନେଇ ଆର ଡି ର କେଶବ ଚନ୍ଦ୍ର ଶତପଥି କହିଛନ୍ତି ଯେ ଗୁଣାତ୍ମକ, ଶାରିରୀକ ଓ ମାନସିକ ଉପରେ ଛାତ୍ର ଛାତ୍ରୀଙ୍କ ଆବଶ୍ୟକ ଜିନିଷ ଦେବା ସହ ୨୦୨୦ ଏନ ଇପି ପଲିସି ଉପରେ ଶିକ୍ଷାର ଅଭିବୃଦ୍ଧି କରାଯିବ ବୋଲି ଅଭିଭାଷଣରେ କହିଛନ୍ତି । ଏହା ସହ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ହାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ସହଯୋଗ କରିଥିଲେ ।