ଟ୍ରକ୍ ମାଲିକ ସଂଘର ୬୦ କୋଟି ଆତ୍ମସାତ ଅଭିଯୋଗ

ରାୟଗଡା ସହରର ନୂତନ ଟ୍ରକ୍ ମାଲିକ ସଂଘର କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ନେକେଣ୍ଟି ଭାସ୍କର ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ହେଇଥିବା ଦୀର୍ଘକାଳୀନ ଆର୍ଥିକ ଅନିୟମିତତା ଏବଂ ପାଣ୍ଠିର ଅପ ବ୍ୟବହାର ପ୍ରମାଣ ସହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟ୍ରକ୍ ମାଲିକ ସଂଘର ନୂତନ ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ ପ୍ରାୟ ୩୭ ବର୍ଷ ଧରି, ୧୯୮୩ ରୁ ୨୦୨୦ ପର୍ଯ୍ୟନ୍ତ, ଶ୍ରୀ ଏନ. ଭାସ୍କର ରାଓ ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ଥିବା ବେଳେ ଏକଛାତ୍ରବାଦ ଶାସନ ଚଳାଇ ଥିଲେ। ସଂଘର ଆଦାୟ କରାଯାଉଥିବା ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି।

ସଂଘର ସମ୍ପତ୍ତି କୁ ପୁର୍ବତନ ସଭାପତି ନିଜ ସ୍ବାର୍ଥ ଦୃଷ୍ଟିରେ ରଖି ବେନାମୀ ସମ୍ପତ୍ତି ଓ ବାହୁବଳ ପ୍ରୟାଗ କରି ଭୁ କବଜା ଓ ଅନାଧିକୃତ ପାଣ୍ଠି ସଂଗ୍ରହ କରିଥିଲେ। ଟ୍ରକ୍ ମାଲିକ ସଂଘ କୁ ଉପଯୁକ୍ତ ପଞ୍ଜିକରଣ ବିନା ୩୭ ବର୍ଷ ସଂଘକୁ ପରିଚାଳନା କରି ସଂଘ ର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ୨୦୦୩ ମସିହାରେ ଯେତେବେଳେ ରାୟଗଡ଼ା ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା ସେହି ସମୟରେ ଶ୍ରୀ ନେକେଣ୍ଟି ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି କହି ସେ ଟ୍ରକ୍ ମାଲିକମାନଙ୍କ ଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ନକ୍ସଲ ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ର ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି।