ଟାର୍ଗେଟ୍ ହିଟ୍ ପୂର୍ବରୁ ବିସ୍ଫୋରଣ…ଲକ୍ଷ୍ୟସ୍ଥଳ ବଦଳରେ ଗାଁରେ ଖସିପଡ଼ିଲା

ରାଜସ୍ଥାନର ପୋଖରାନରେ ଖସିପଡ଼ିଲା ୩ ମିସାଇଲ୍ । ସେନା ପକ୍ଷରୁ ମିସାଇଲ ପରୀକ୍ଷଣ ହେଉଥିବା ବେଳେ ନିଜ ଲକ୍ଷ୍ୟସ୍ଥଳ ବଦଳରେ (instead of its target) ଅଜସାର ଓ ସତ୍ୟାୟ ଦୁଇଟି ଗାଁର ଖୋଲା ପଡ଼ିଆରେ ଖସି ପଡ଼ିଛି । ଫଳରେ ଭୟଙ୍କର ବିସ୍ଫୋରଣ (terrible explosion) ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା (incident)କୁ ନେଇ ଭୟଭୀତ ହୋଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଅଧିକାରୀମାନେ କହିଛନ୍ତି ।
ଏଭଳି ବୈଷୟିକ ତ୍ରୁଟି (technical error)ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜୈସଲମେର ଜିଲ୍ଲାର ନାଚନା ଅଞ୍ଚଳରେ ଡମି ଟାର୍ଗେଟ ଆକାଶ ପଥରେ ରଖାଯାଇଥିଲା। ୩ଟି ମିସାଇଲ ଉକ୍ତ ଟାର୍ଗେଟକୁ ହିଟ୍‌ କରିବାର ଥିଲା କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଖସିପଡ଼ି ବିସ୍ଫୋରଣ (crashed and exploded)ହୋଇଥିଲା । ମିସାଇଲ ପଡ଼ିଥିବା ସ୍ଥାନରେ ଗଭୀର ଗର୍ତ୍ତ ହୋଇଯାଇଛି । ଦୁଇଟି ମିସାଇଲର ଧ୍ୱଂସାବଶେଷ (Wreckage of) ମିଳିଥିବା ବେଳେ ଆଉ ଗୋଟିଏ ସମ୍ପର୍କରେ କୌଣସି ସୂଚନା ମିଳିନି । ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ମିସାଇଲର ପରୀକ୍ଷଣ ଚାଲିଥିଲା। ବାର୍ଷିକ ଫିଲ୍ଡ ଫାୟାରିଂ ପାଇଁ ମିସାଇଲର ଟ୍ରାଏଲ କରାଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ।

Leave a Reply

Your email address will not be published. Required fields are marked *