![](https://suchanatv.com/wp-content/uploads/2025/01/julu2.jpg)
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଢା ସିମ୍ପାଞ୍ଜି ଆଖି ବୁଝିଲା ପରେ ବୁଢ଼ୀ ଝୁରୁଥିବା ଭଳି ସ୍ପର୍ଶକାତର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ଘରେ I ଗତ ଡିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ପରିବାରର ମୁଖିଆ ୩୬ ବର୍ଷିୟ ବୁଢା ‘ଜୁଲୁ’ ବାର୍ଦ୍ଧକ୍ୟ ଜନିତ କାରଣରୁ ସବୁଦିନ ପାଇଁ ବିଦାୟ ନେଇଛି I ଜୁଲୁ ଚାଲିଯିବା ପରେ ତାର ଜୀବନ ସାଥୀ ବୁଢ଼ୀ ସିମ୍ପାଞ୍ଜି ‘ପମ୍ପେଟା’ ତାକୁ ଝୁରି ହେଉଛି I ଆଗ ଭଳି ଖୁଆଡ଼ ଆଗ ପାଖ ହତାକୁ ଆସିବାକୁ ଇଛା କରୁନାହିଁ I ଆଖି ଛଳ ଛଳ କରି ଏଣେ ତେଣେ ଚାହୁଁଛି,ମୁଣ୍ଡରେ ହାତ ଦେଇ ବସୁଛି I
ବନ୍ୟପ୍ରାଣୀ ହେଲେ ବି, ଭାବ ଭଙ୍ଗରୁ ସ୍ପଷ୍ଟ ଭାବେ ତା ଅନ୍ତରର ଭାବ ଆବେଗ ବାରି ହୋଇପଡୁଛି ସେ କେତେ ଦୁଖୀ I ଦେଖିଲେ ଲାଗୁଛି ‘ଜୁଲୁ’ ସହିତ ନନ୍ଦନକାନନରେ ବିତାଇ ଥିବା ଦୀର୍ଘ ୩୨ ବର୍ଷର ଅତୀତକୁ ଭୁଲି ନପାରି ମନେ ପକାଉଛି I ଜୁଲୁ ସହ ମିଳନରୁ ୯ ଥର ଗର୍ଭଧାରଣ କରି ଶାବକ ଜନ୍ମ ଦେଇଛି I
ରେ ସମସ୍ତ ଜନ୍ମିତ ୧୨ ଶାବକ ଜୁଲୁ ଓ ପମ୍ପେଟାଙ୍କ ରକ୍ତଜ I ଏମାନଙ୍କ ମଧ୍ୟରୁ କାର୍ତ୍ତିକ ଓ ସୁଭଦ୍ରା ଜିରାଫ ବଦଳରେ ପାଟନା ଯାଇଥିବାବେଳେ ବର୍ଷା, ଜିନ ଓ କୁଇନ ମୃତ୍ୟୁ ହୋଇ ଥିଲା ଏବେ ଜୁଲୁର ମୃତ୍ୟୁ ପରେ ୩୫ବର୍ଷିୟ ପମ୍ପେଟା ପରିବାରର ମୁଖିଆ I ତା ଉପରେ ପରିବାରର ବୋଝ ୫ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ ଏକମାତ୍ର ୪ ବର୍ଷର ଅଣ୍ଡିରା ‘ରାଜା’ ନିୟନ୍ତ୍ରଣ କରି ପରିବାରକୁ ସମ୍ଭାଳିବ ଓ ଆଗକୁ ବଢାଇବାର ଦାୟିତ୍ୱ ପମ୍ପେଟା ଉପରେ I
ସୂଚନାନୁଯାୟୀ ନନ୍ଦନକାନନରେ ଏବେ ୭ଟି (୫ ମାଈ,୧ ଅଣ୍ଡିରା ଓ ଗୋଟେ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ) ସିମ୍ପାଞ୍ଜି ରହିଛନ୍ତି I ଗତ ୧୯୯୪ ମସିହା ଜୁନ ୧୬ ତାରିଖରେ ୪ ବର୍ଷର ହୋଇଥିବା ଜୁଲୁ ଓ ୩ ବର୍ଷର ହୋଇଥିବା ଅବସ୍ଥାରେ ପମ୍ପେଟାକୁ ସିଙ୍ଗାପୁର ଚିଡ଼ିଆଖାନାରୁ ନଦନକାନନକୁ ଅଣାଯାଇଥିଲା I