ଜରାଶ୍ରମରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଜୀବନ ସେବା ସଙ୍ଘ ପରିଚାଳନାରେ ପଞ୍ଚାୟତ ସମିତି ଚିଲିକା,ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ତରଫରୁ କୁମ୍ଭିରପଡ଼ାର ସମାଜସେବୀ ସୁକାନ୍ତ କୁମାର ବିଶ୍ଵାଳଙ୍କ ପ୍ରତିଷ୍ଠିତ ବରିଷ୍ଠ ନାଗରିକ ଆଶ୍ରମଠାରେ ପାଳିତ ହୋଇଯାଇଛି ।

ଏଥିରେ ଚିଲିକା ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର, ନମିତା ଝା ଏ.ଜି ରୋଟାରୀ କ୍ଲବ ଚିଲିକା, ତ୍ରିଲୋଚନ ବାରିକ ସେକ୍ରେଟାରୀ ରୋଟାରି କ୍ଲବ, ସତେନ୍ଦ୍ର କୁମାର ସ୍ୱାଇଁ ଆଇ. ପି. ପି.ଭାଗିରଥି ସ୍ୱାଇଁ ରୋଟାରିଆନ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ଆବାସ କୁମ୍ଭୀର ପଡା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ପରିଣତ ବୟସରେ ନିଜ ପିତା ମାତାଙ୍କ ଦାୟିତ୍ୱ ନେବାପାଇଁ ଯୁବପିଢ଼ୀ ଙ୍କୁ ଆହ୍ୱାନ ଦିଆଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ କମ୍ବଳ ଓ ଗୋଲାପ ଫୁଲ ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଚାଲିବା ପାଇଁ ୧୦ ଜଣଙ୍କୁ ଷ୍ଟିକ ସହିତ ଏକ ଫ୍ୟାନ ଚିଲିକା ବ୍ଲକ୍ ବିଡ଼ିଓଙ୍କ ପ୍ରତିନିଧି ପ୍ରଦାନ କରି ଥିଲେ। ମୁଖ୍ୟ ଅତିଥି ଲଳିତ ମୋହନ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ସାରଗର୍ଭକ ମନ୍ତବ୍ୟ ଦେଇ ଥିବା ବେଳେ ପ୍ରତିଷ୍ଠାତା ସୁକାନ୍ତ କୁମାର ବିଶ୍ଵାଳ ଉଦବୋଧନ ଦେବା ସମୟରେ ବରିଷ୍ଠ ନାଗରିକ ମାନଙ୍କ ଦୁଃଖରେ ଭାବବିହ୍ଵଳିତ ହୋଇ ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *